www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ମୁକାବିଲା – ନେପାଳକୁ ଭାରତର ୨୩ଟନ ଔଷଧପତ୍ର ଉପହାର 

ସମାଜ ପୋର୍ଟାଲ ଡେସ୍କ: କୋଭିଡ୍‍-୧୯ର ମୁକାବିଲାରେ ଆନ୍ତର୍ଜାତିକ ଦ୍ୱିପକ୍ଷିୟ ସହଯୋଗର ଅଂଶସ୍ୱରୂପ ଭାରତ ନେପାଳକୁ ୨୩ଟନ୍‍ ଅତ୍ୟାବଶ୍ୟକ ଔଷଧପତ୍ର ଉପହାର ଦେଇଛି। ନେପାଳରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ନେପାଳ ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରୀ ଭାନୁ ଭକ୍ତ ଢକଲଙ୍କୁ କାଠମାଣ୍ଡୁରେ ୨୩ଟନ୍‍ ଅତ୍ୟାବଶ୍ୟକ ଔଷଧପତ୍ର ହସ୍ତାନ୍ତର କରିଛନ୍ତି। ଏହି ଔଷଧପତ୍ର ଭାରତର ଜନସାଧାରଣଙ୍କ ପକ୍ଷରୁ ନେପାଳର ଜନସାଧାରଣଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ତାହା ମଧ୍ୟରେ ୮ଲକ୍ଷ ୨୫ହଜାର ଡୋଜ୍‍ ଅତ୍ୟାବଶ୍ୟକ ଔଷଧପତ୍ର ରହିଛି। ସେହି ଔଷଧପତ୍ରଗୁଡ଼ିକ ମଧ୍ୟରେ ୩ଲକ୍ଷ ୨୦ହଜାର ଡୋଜ୍‍ ପାରାସିଟାମଲ୍‍ ଓ ୨ଲକ୍ଷ ୫୦ହଜାର ଡୋଜ୍‍ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ ରହିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭାରତର ଏହି ଉପହାର ପାଇଁ କୃତଜ୍ଞତା ଜଣାଇଛନ୍ତି। ଟ୍ୱିଟ୍‍ କରି ଓଲି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଦେଶର ନେତୃବୃନ୍ଦ କୋଭିଡ୍‍-୧୯ର ମୁକାବିଲାରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୧୫ ତାରିଖରେ ସାର୍କ ନେତାମାନଙ୍କ ସହ ଏକ ଭିଡ଼ିଓ କନଫରେନ୍ସିଂ ବୈଠକରେ ଭାରତର ପଡ଼ୋଶୀ ଦେଶଗୁଡ଼ିକୁ କୋଭିଡ୍‍-୧୯ ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କହିଥିଲେ ଓ ୧୦ ନିୟୁତ ଆମେରିକୀୟ ଡଲାର ସମ୍ବଳିତ ସାର୍କ କୋଭିଡ୍‍-୧୯ ଜରୁରିକାଳୀନ ପାଣ୍ଠି ଗଠନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତ ଓ ନେପାଳର ଚିକିତ୍ସା ପେଷାଦାରମାନେ କୋଭିଡ୍‍-୧୯ର ମୁକାବିଲାରେ ପରସ୍ପର ସହିତ ସହଯୋଗରେ କାର୍ଯ୍ୟ କରୁଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ନେପାଳ ଓ ଅନ୍ୟ ଦକ୍ଷିଣ ଏସୀୟ ଭାଗିଦାରୀ ରାଷ୍ଟ୍ରମାନଙ୍କ ସହ ମିଶି କୋଭିଡ୍‍-୧୯ର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ପ୍ରତିଶ୍ରୁତିବଦ୍ଧ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories