www.samajalive.in
Sunday, December 14, 2025
19.1 C
Bhubaneswar

ଏସସିଓରେ ପାକିସ୍ତାନୀ ଓ ଚୀନର ଷଡ଼ଯନ୍ତ୍ରକୁ ନିଷ୍ଫଳ କଲା ଭାରତ, ମିଳିତ ବିବୃତିରେ ସ୍ବାକ୍ଷର ନ କରି କଡ଼ା ଜବାବ ଦେଲେ ରାଜନାଥ

ସମାଜ ଡିଜିଟାଲ ଡେସ୍କ: ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ପାକିସ୍ତାନ ଓ ଚୀନର ଷଡ଼ଯନ୍ତ୍ରକୁ ପଦାରେ ପକାଇବା ସହିତ ତାହାକୁ ନିଷ୍ଫଳ କରିଛି ଭାରତ। ଚୀନର କିଙ୍ଗଦାଓ ସହରରେ ଆୟୋଜିତ ଏସସିଓ ସମ୍ମିଳନୀରେ ଭାରତ ଚୀନ ଓ ପାକିସ୍ତାନକୁ କଡ଼ା ସମାଲୋଚନା କରିବା ସହିତ ସଂଗଠନ ପକ୍ଷରୁ ଜାରି ହୋଇଥିବା ମିଳିତ ବିବୃତିରେ ସ୍ଵାକ୍ଷର କରିବାକୁ ମନା କରିଦେଇଛି। ଏସସିଓରେ ଚାଲିଥିବା ପକ୍ଷପାତ ନୀତିକୁ ଭାରତ ବିରୋଧ କରି ବାଟ ଦେଖାଇଛି। ଯାହାଫଳରେ ସଂଗଠନ ବାଧ୍ୟ ହୋଇ ମିଳିତ ବିବୃତି ଜାରି ନ କରିବାକୁ ନିଷ୍ପତ୍ତି ନେଇଛି।

ଚୀନର କିଙ୍ଗଦାଓ ସହରରେ ଏସସିଓର ପ୍ରତିରକ୍ଷାମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଛନ୍ତି। ସମ୍ମିଳନୀ ଶେଷରେ ସଂଗଠନ ପକ୍ଷରୁ ଏକ ମିଳିତ ବିବୃତି ଜାରି ହୋଇଥିଲା। ସଂଗଠନର ସହଯୋଗୀ ଦେଶଗୁଡ଼ିକ ଏଥିରେ ସ୍ଵାକ୍ଷର କରିଥିଲେ। କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ଵାକ୍ଷର କରିବାକୁ ମନା କରିଦେଇଥିଲେ। ସୀମାପାର ଆତଙ୍କବାଦ ଏବଂ ଆଞ୍ଚଳିକ ନିରାପତ୍ତା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ବିବୃତିରେ ଗୋଳିଆଘଣ୍ଟା କରି ଉପସ୍ଥାପନ କରାଯାଇଥିବାରୁ ରାଜନାଥ ବିବୃତିରେ ସ୍ଵାକ୍ଷର କରି ନ ଥିଲେ।

- Advertisement -

ଭାରତରେ ପହଲଗାଓଁ ଆକ୍ରମଣ ଘଟଣାକୁ ବିବୃତିରେ ଉପସ୍ଥାପନ କରାଯାଇ ନ ଥିବାବେଳେ ବାଲୋଚିସ୍ତାନରେ ଚାଲିଥିବା ଆନ୍ଦୋଳନକୁ ଆତଙ୍କବାଦର ରୂପ ଦେଇ ଉଲ୍ଲେଖ କରାଯାଇଛି। ବାଲୋଚିସ୍ତାନ ସ୍ଵାଧୀନତା ସଂଗ୍ରାମକୁ ଭାରତ ସମର୍ଥନ କରୁଥିବା ପାକିସ୍ତାନ ବାରମ୍ବାର ଅଭିଯୋଗ କରିଆସୁଛି, ଯାହାକୁ ଭାରତ ଖଣ୍ଡନ କରିଆସୁଛି। ମିଳିତ ବିବୃତିରେ ଏପରି ପାର୍ଥକ୍ୟ ରହିଥିବା ଏବଂ ଏହା ପଛରେ ପାକିସ୍ତାନ ଓ ଚୀନର ଷଡ଼ଯନ୍ତ୍ର ଥିବା ଦର୍ଶାଇ ଭାରତ ସେଥିରେ ସ୍ଵାକ୍ଷର କରିବାକୁ ମନା କରିଦେଇଥିଲା। ପରବର୍ତ୍ତୀ ସମୟରେ ସଂଗଠନ ବିବୃତି ଜାରି ନ କରିବାକୁ ନିଷ୍ପତ୍ତି ନେଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories