www.samajalive.in
Sunday, December 7, 2025
23.1 C
Bhubaneswar

ଦେଶରେ ୧୧ହଜାର ଟପିଲା ଦୈନିକ କରୋନା ସଂକ୍ରମଣ; ଆଉ ୨୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ୧୧ହଜାର ଟପିଛି ।  ଗତ ୨୪ ଘଣ୍ଟାରେ ଆଉ ୧୧ହଜାର ୭୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା​ ଦିଆଯାଇଥିବା ବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ହେଉଛି । ଗୋଟିଏ ଦିନରେ ଦେଶରେ ୨୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୯୬ ହଜାର ଉପରେ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୯୬,୭୦୦ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

- Advertisement -

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର  ମଧ୍ୟ ବୃଦ୍ଧି ପାଉଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୫ ହଜାର ୪୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍‌ କରୋନାରୁ ସୁସ୍ଥ ହେଲେଣି ୪,୨୭,୯୭,୦୯୨ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୭.୩୧ ​‌କୋଟି ଡୋଜ୍‌ ଟିକା ଦିଆସରିଲାଣି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories