www.samajalive.in
Saturday, December 6, 2025
26.1 C
Bhubaneswar

ଚୀନ ପିଠିରେ ଆଉ ପାହାରେ: ସାମଗ୍ରୀର ମାନ ଯାଞ୍ଚ ପରେ ବନ୍ଦରରେ ଓହ୍ଲାଇବ ଚୀନ ସାମଗ୍ରୀ

ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ପରବର୍ତୀ ସ୍ଥିତି ଚୀନ ଲାଗି ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଭାରତ ସହ ଶତ୍ରୁତା ଆଚରଣ କରିବା ଦ୍ବାରା ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଚୀନା କମ୍ପାନୀର ଟେଣ୍ଡର ଖାରଜ କରାଯିବା, ଚୀନ ମୋବାଇଲ ଆପ୍ ଉପରେ କଟକଣା ଲଗାଯିବା ପରେ ଚୀନ ସାମଗ୍ରୀର ଆମଦାନୀ ହ୍ରାସ ନିମନ୍ତେ ଭାରତ ଆରମ୍ଭ କରିଛି ପଦକ୍ଷେପ । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ଶିଳ୍ପ ସମୁଦାୟ ନିମନ୍ତେ ଭଲ ବାର୍ତା ଆଣିଥିବା ବେଳେ ଆତ୍ମନିର୍ଭରଶୀଳତା ଦିଗରେ ବଡ଼ ପଦକ୍ଷେପ ବୋଲି ମଧ୍ୟ କୁହାଯାଉଛି । ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ହ୍ରାସ ସହ ଏହାର ମାନ ଯାଞ୍ଚ କରିବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଆରମ୍ଭ କରିଛନ୍ତି ।

ଚୀନରୁ ଆସୁଥିବା ସାମଗ୍ରୀ ଏଣିକି ସିଧାସଳଖ ଭାରତରେ ଓହ୍ଲାଇ ପାରିବ ନାହିଁ । ଏହା ଆମଦାନୀ ହେବା ପୂର୍ବରୁ ଏହାର ମାନ ଯାଞ୍ଚ କରାଯିବ । ଯଦି ଏହାର ମାନ ଠିକ୍ ଥିବ ତାହାକୁ ଭାରତରେ ବ୍ୟବହାର ନିମନ୍ତେ ଅନୁମତି ମିଳିବ । ଅର୍ଥାତ୍ ମାନ ନିର୍ଦ୍ଧାରକ ବା କ୍ବାଲିଟି କଂଟ୍ରୋଲ ଜରିଆରେ ଚୀନ ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ । ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଣାଳୟ ଅଧୀନସ୍ଥ ବିଆଇଏସ୍ (BIS) ଅର୍ଥାତ ଭାରତ ମାନକ ବ୍ୟୁରୋ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ଲମ୍ବା ସୂଚୀ ପ୍ରସ୍ତୁତ କରିଛି । ଏହାପରେ ଏହାର ମାନ ଯାଞ୍ଚ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଯେପରିକି ଚୀନ ନିଜର ଖରାପ ମାନର ସାମଗ୍ରୀ ଭାରତରେ ବିକ୍ରି କରିପାରିବ ନାହିଁ । କୁହାଯାଉଛି ଯେ ସବୁ ମନ୍ତ୍ରଣାଳୟକୁ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ପ୍ରଦାନ କରାଯାଇଛି । ମାର୍ଚ ୨୦୨୧ ପର୍ଯ୍ୟନ୍ତ ଚୀନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀର କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି ।

- Advertisement -

ଏହା ସହିତ ଦେଶର ୭ଟି ବଡ଼ ବନ୍ଦର ଉପରେ ସରକାର ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି । ଭାରତ ମାନକ ବ୍ୟୁରୋ ଓ ବହିଃଶୁଳ୍କ ଅଧିକାରୀ ମିଳିତ ଭାବରେ ଚୀନ ଆମଦାନୀ ସାମଗ୍ରୀ ଉପରେ ଦୃଷ୍ଟି ରଖିଛନ୍ତି । ଯେଉଁ ସାମଗ୍ରୀଗୁଡ଼ିକର ଗୁଣବତ୍ତାରେ ଭାରତୀୟ ଅଧିକାରୀ ସନ୍ତୁଷ୍ଟ ନ ହେବେ ତାହାକୁ ବନ୍ଦରରେ ଓହ୍ଲାଯିବ ନାହିଁ ବୋଲି କୁହାଯାଇଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories