www.samajalive.in
Saturday, December 6, 2025
26.1 C
Bhubaneswar

ନିୟମ ମାନୁନି ଶୁଆକାଟିର ଓଏମସି ଖଣି: ଲୋଡିଂ କଣ୍ଟା ନିକଟରେ ବଢୁଛି ଦୁର୍ଘଟଣା

ବାଂଶପାଳ  : ବାଂଶପାଳ ବ୍ଲକ ଶୁଆକାଟିରେ ଥିବା ଓଏମସିର ଗନ୍ଧମାର୍ଦ୍ଦନ ଆଇରନ ଖଣି ସରକାରୀ ନିୟମ ମାନୁନଥିବାର ସବୁ ବେଳେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି ପ୍ରଶାସନ ଓ ଖଣି କତୃପକ୍ଷ୍ୟ ଦୃଷ୍ଟି ଦେଉନଥିବାରୁ ପ୍ରତି ଦିନ ଖଣିରେ ଦର୍ଘଟଣା ବଢୁଥିବା ଦେଖିବାକୁ ମିଳୁଛି। ଖଣିରେ ସରକାରି ନିୟମ ଅନୁଯାଇ ଅଭିଜ୍ଞ ଡ୍ରାଇଭର ମାନଙ୍କୁ ଖଣିରେ ଗାଡି ଦେଇ ପ୍ରବେଷ କରିବା ବଦଳରେ ନିୟମ ନମାନି ମନଇଚ୍ଚା ଡ୍ରାଇଭର ମାନଙ୍କୁ ବିପଦ ଥିବା ଲୋଡିଂ ପଏଣ୍ଟ ପାଖକୁ ଭାରି ଯାନ ଗୁଡିକୁ ପଠାଇ ଜାଣି ସୁଣି ଡ୍ରାଇଭର ମାନଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ଏହି ଓଏମସି ଖଣିରେ ମାଲ ପରିବହନରେ ବ୍ୟାପକ ଅନିୟମିତତା ହେବା ସହ ନିୟମ ଉଲଂଘନ କରାଯିବା ଫଳରେ ସ୍ଥାନିୟ ଅଞ୍ଚଳରେ ଟ୍ରାଫିକ ଜାମ, ଲାଇସେନ୍ସ ନଥିବା ଡ୍ରାଇଭର ମାନଙ୍କୁ ପ୍ରବେଷ କରିବା ଆଦି ଫଳରେ ଦୃର୍ଘଟଣା ହେଉଥିବା ସ୍ଥାନିୟ ମାଲିକ ମାନେ ଅଭିଯୋଗ କରିଛନ୍ତି।

ନିକଟରେ ଏକ ମାସ ମଧ୍ୟରେ ଖଣି ଅଞ୍ଚଳରେ ଅନେକ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ମଙ୍ଗଳବାର ଖଣିର ୧୦ନଂ ଲୋଡିଂ ପ୍ଲଟର କଣ୍ଟା ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଏକ ୧୨ ଚକିଆ ଟ୍ରକ ପଛ ପଟୁ ଧକା ଦେଇଥିଲା ଯାହା ଫଳରେ ସେ ଟ୍ରକ ଚକା ତଳେ ପଡି ଯାଇଥିଲେ। ସେହିଠାରେହିଁ ଚାପି ହୋଇ ଟ୍ରକ ଡ୍ରଇଭରଙ୍କ ମୃତ୍ୟୁ ହୋଇଥିଲା। ସୂଚନା କି ମୃତ୍ୟୁ ଟ୍ରାଇଭର ଜଣଙ୍କ ମୟୁରଭଞ୍ଜ ଜିଲାର ଯୋସିପୁର ନିକଟସ୍ଥ ଅଶନା ଗାଁର ପ୍ରଦୀପ କୁମାର ମହାନ୍ତ ସେ ରାଇସୁଆଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଟ୍ରକ ଚଲାଉଥିଲେ। ସକାଳ ପାଖାପାଖି ୧୦ଟା ସମୟରେ ଏକ ୧୨ ଚକିଆ ଟ୍ରକ ୧୦ନଂ କଣ୍ଟାକୁ ଓଜନ କରିବାକୁ ଆସିଥିଲେ ହେଲେ ତାଙ୍କ ଟ୍ରକରେ ନିର୍ଧାରିତ ଓଜନ ଠାରୁ ଅଧିକ ମାଲ ଥିବାରୁ ତାକୁ ଖାଲି କରିବାକୁ କୁହାଯାଇଥିଲା। ତେଣୁ ଟ୍ରକ ଡ୍ରାଇଭର କଣ୍ଟାର ଅନ୍ୟ ଏକ ପାକକୁ ଯାଇ ତଳେ ଛିଡା ହୋଇ ହେଲପରକୁ ମାଲ ଖାଲି କରିବାକୁ କହିଥିଲେ। ଏହି ସମୟରେ ଅନ୍ୟ ଏକ ଖଣିଜ ବୋଝେଇ ଟ୍ରକ ଛିଡା ହୋଇଥିବା ମୃତ୍ୟୁ ଡ୍ରାଇଭରକୁ ଧକା ଦେଇଥିଲା। ଖବରପାଇ ନିକଟସ୍ଥ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ୍ୟୁ ଡ୍ରାଇଭରର ଶବକୁ ବ୍ୟବଚ୍ଚେଦ ପାଇଁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories