www.samajalive.in
Sunday, December 7, 2025
26.1 C
Bhubaneswar

ବିମାନ ସେବା ଆରମ୍ଭ ଓ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ୍‍ ଅଣିବା ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ଓ ଚୀନ୍‍ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବା ଓ ପ୍ରଥମ ବ୍ୟାଚ୍‍ର ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଚୀନ୍‍ ଅଣାଯିବା ପାଇଁ ଉଭୟ ଦେଶର ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାର୍ତ୍ତାଳାପ ଜାରି ରହିଛି । ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଚୀନ୍‍ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଫେରିବାକୁ ଅପେକ୍ଷା କରି ରହିଛନ୍ତି ବୋଲି ଚୀନ୍‍ କହିଛି । ଦୁଇ ବର୍ଷ ପୂର୍ବେ ୟୁହାନ୍‍ରେ ୨୦୨୦ ମସିହାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଇବାରୁ ସେମାନେ ଭାରତ ଚାଲିଆସିଥିଲେ । ଚୀନ୍‍ ପକ୍ଷରୁ ଆନ୍ତର୍ଜାତିକ ଗସ୍ତ ଉପରେ କଡ଼ା କଟକଣା ଲାଗୁ କରାଯିବାରୁ ସେମାନେ ଚୀନ୍‍କୁ ଯାଇପାରି ନାହାନ୍ତି ।

ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ୍‍ ୱେନ୍‍ବିନ୍‍ କହିଛନ୍ତି, ଚୀନ୍‍କୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଫେରିବା ବିଷୟରେ ସକାରାତ୍ମକ ଅଗ୍ରଗତି ଘଟିଛି । ଭାରତ ଓ ଚୀନ୍‍ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହେଲେ ଯୋଗାଯୋଗ ବୃଦ୍ଧି ଓ ଉଭୟ ପକ୍ଷ ମଧ୍ୟରେ ସହଯୋଗ ପାଇଁ ଅନୁକୂଳ
ବାତାବରଣ ସୃଷ୍ଟି ହେବ । ଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବା ଓ ଦ୍ୱିପାକ୍ଷିୟ ଗମନାଗମନ ସୂଚାରୁରୂପେ ସମ୍ପନ୍ନ ହେବାରେ ଭାରତ ଚୀନ୍‍ ସହ ମିଶି କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ଚୀନ୍‍ ରେ ଏବେ ମଧ୍ୟ ଆନ୍ତର୍ଜାତିକ ଗସ୍ତ ଉପରେ ଅନେକ କଟକଣା ବଳବତ୍ତର ରହିଛି । ବିଶେଷ କରି ଭାରତ ଓ ଚୀନ୍‍ ମଧ୍ୟରେ ପ୍ରତ୍ୟକ୍ଷ ବିମାନ ଚଳାଚଳ ଆରମ୍ଭ ହୋଇନାହିଁ । ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଛାତ୍ର ଭିସା ପ୍ରଦାନ ବିଷୟରେ ଚୀନ୍‍ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରିନାହିଁ । ଚୀନ୍‍ର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଫେରିବାକୁ ଚାହୁଁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଏକ ତାଲିକା ଭାରତ ପକ୍ଷରୁ କିଛି ମାସ ତଳେ ଚୀନ୍‍କୁ ଦିଆଯାଇଥିଲା । କିନ୍ତୁ ଚୀନ୍‍ ପକ୍ଷରୁ ଏହା ଉପରେ କୌଣସି ଉତ୍ତର ଦିଆଯାଇ ନାହିଁ । ଇତିମଧ୍ୟରେ ଚୀନ୍‍ ପାକିସ୍ତାନ ଓ ଶ୍ରୀଲଙ୍କାରୁ ଅଳ୍ପ କିଛି ବ୍ୟାଚ୍‍ର ଛାତ୍ରଛାତ୍ରୀଙ୍କୁ ଚୀନ୍‍କୁ ଯିବା ପାଇଁ
ଅନୁମତି ପ୍ରଦାନ କରିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories