www.samajalive.in
Sunday, December 7, 2025
23.1 C
Bhubaneswar

ଆସାମ ଏସଟିଏଫ୍‌‌ ଟିମକୁ ବଡ ସଫଳତା: ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଆସାମ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ହାରିସ୍‌‌ ଫାରୁକୀକୁ ଗିରଫ କରାଯାଇଛି। ସେ ହରିସ୍‌‌ ଅଜମଲ୍‌‌ ନାମରେ ମଧ୍ୟ ଜଣାଶୁଣା। ଆସାମର ଧୁବ୍ରି ଜିଲ୍ଲାର ଧରମଶାଳା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ଏସଟିଏଫ ଟିମକୁ ଫାରୁକୀ ଏବଂ ତାର ସହଯୋଗୀମାନଙ୍କ ବିଷୟରେ ଏକ ଗୁପ୍ତ ସୂଚନା ମିଳିଥିଲା। ସେମାନେ ବାଂଲାଦେଶରୁ ଭାରତରେ ପ୍ରବେଶ କରୁଥିଲେ। ଦେହରାଡୁନର ଚକରାତା ଠାରେ ରହୁଥିବା ଫାରୁକୀ ଏବଂ ସହଯୋଗୀ ଅନୁରାଗ ସିଂହଙ୍କୁ ଗିରଫ କରିଛି ଏସଟିଏଫ୍‌‌ । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ଗୁହାଟିରେ ଥିବା ଏସଟିଏଫ କାର୍ଯ୍ୟାଳୟକୁ ନିଆଯାଇଛି।
ଉଭୟ ଭାରତରେ ଆଇଏସଆଇଏସର ଉଚ୍ଚ ପ୍ରଶିକ୍ଷିତ ଆତଙ୍କବାଦୀ ଭାବରେ ଜଣାଶୁଣା। ଗିରଫ ଫାରୁକୀ ଓ ତାର ସହଯୋଗୀମାନେ ଦେଶରେ ଆଇଏସଆଇଏସକୁ ବିସ୍ତାର କରିବା, ଲୋକଙ୍କୁ ମଧ୍ୟରେ ଭୟ ସୃଷ୍ଟି କରିବା, ବିଭିନ୍ନ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ଅନେକ ସ୍ଥାନରେ ଆଇ.ଇ.ଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଏହି ଦୁଇ ଜଣଙ୍କ ନାମରେ ଅନେକ ମାମଲା ବିଚାରଧୀନ ଥିବା ଆସମ ଏସଟିଏଫ ସୂଚନା ଦେଇଛି। ଅଧିକ ତଦନ୍ତ ପାଇଁ ଏସଟିଏଫ୍‌‌ ଟିମ୍‌‌ ଫାରୁକୀ ଓ ତାର ସହଯୋଗୀଙ୍କୁ ଏନଆଇଏକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories