www.samajalive.in
Wednesday, December 10, 2025
15.1 C
Bhubaneswar

ଆସାମ ଏସଟିଏଫ୍‌‌ ଟିମକୁ ବଡ ସଫଳତା: ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଆସାମ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ହାରିସ୍‌‌ ଫାରୁକୀକୁ ଗିରଫ କରାଯାଇଛି। ସେ ହରିସ୍‌‌ ଅଜମଲ୍‌‌ ନାମରେ ମଧ୍ୟ ଜଣାଶୁଣା। ଆସାମର ଧୁବ୍ରି ଜିଲ୍ଲାର ଧରମଶାଳା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ଏସଟିଏଫ ଟିମକୁ ଫାରୁକୀ ଏବଂ ତାର ସହଯୋଗୀମାନଙ୍କ ବିଷୟରେ ଏକ ଗୁପ୍ତ ସୂଚନା ମିଳିଥିଲା। ସେମାନେ ବାଂଲାଦେଶରୁ ଭାରତରେ ପ୍ରବେଶ କରୁଥିଲେ। ଦେହରାଡୁନର ଚକରାତା ଠାରେ ରହୁଥିବା ଫାରୁକୀ ଏବଂ ସହଯୋଗୀ ଅନୁରାଗ ସିଂହଙ୍କୁ ଗିରଫ କରିଛି ଏସଟିଏଫ୍‌‌ । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ଗୁହାଟିରେ ଥିବା ଏସଟିଏଫ କାର୍ଯ୍ୟାଳୟକୁ ନିଆଯାଇଛି।
ଉଭୟ ଭାରତରେ ଆଇଏସଆଇଏସର ଉଚ୍ଚ ପ୍ରଶିକ୍ଷିତ ଆତଙ୍କବାଦୀ ଭାବରେ ଜଣାଶୁଣା। ଗିରଫ ଫାରୁକୀ ଓ ତାର ସହଯୋଗୀମାନେ ଦେଶରେ ଆଇଏସଆଇଏସକୁ ବିସ୍ତାର କରିବା, ଲୋକଙ୍କୁ ମଧ୍ୟରେ ଭୟ ସୃଷ୍ଟି କରିବା, ବିଭିନ୍ନ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ଅନେକ ସ୍ଥାନରେ ଆଇ.ଇ.ଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଏହି ଦୁଇ ଜଣଙ୍କ ନାମରେ ଅନେକ ମାମଲା ବିଚାରଧୀନ ଥିବା ଆସମ ଏସଟିଏଫ ସୂଚନା ଦେଇଛି। ଅଧିକ ତଦନ୍ତ ପାଇଁ ଏସଟିଏଫ୍‌‌ ଟିମ୍‌‌ ଫାରୁକୀ ଓ ତାର ସହଯୋଗୀଙ୍କୁ ଏନଆଇଏକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories