www.samajalive.in
Friday, December 5, 2025
19.1 C
Bhubaneswar

ମଧ୍ୟପ୍ରାଚ୍ୟରୁ ଅଧିକ ତୈଳ କିଣିବେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ରୁଷର ଦୁଇଟି ପ୍ରମୁଖ ଉତ୍ପାଦକଙ୍କ ଉପରେ ଆମେରିକାର କଟକଣା ପରେ, ଭାରତର ତୈଳ ବିଶୋଧନଗାର ଗୁଡିକ ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଛି। ରୁଷରୁ ଆମଦାନୀ ହ୍ରାସ ପାଇଁ ମଧ୍ୟପ୍ରାଚ୍ୟ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଭାରତ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିବାର ସମ୍ଭାବନା ଦେଖାଦେଇଛି। ଚଳିତ ମାସ ୨୨ ତାରିଖରେ ଆମେରିକା ପ୍ରଶାସନ ପକ୍ଷରୁ ରୁଷର ଦୁଇଟି ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ, ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଜାରି କରାଯାଇଥିଲା, ଫଳରେ କୌଣସି ଆମେରିକୀୟ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ସେମାନଙ୍କ ସହିତ ବ୍ୟବସାୟ କରିପାରିବେ ନାହିଁ ବୋଲି ମଧ୍ୟ ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ଆସନ୍ତା ନଭେବର ୨୧ ସୁଦ୍ଧା ରୋସନେଫ୍ଟ ଏବଂ ଲୁକୋଇଲ୍ ସହିତ ସମସ୍ତ କାରବାର ବନ୍ଦ କରିବାକୁ ପଡିବ।

ଅନ୍ୟପକ୍ଷରେ ରୁଷ ବର୍ତ୍ତମାନ ଭାରତକୁ ପ୍ରାୟ ଏକ ତୃତୀୟାଂଶ ଅଶୋଧିତ ତୈଳ ଆମଦାନୀ ଯୋଗାଇଥାଏ, ଯାହା ୨୦୨୫ ମସିହାରେ ପ୍ରତିଦିନ ହାରାହାରି ପ୍ରାୟ ୧.୭ ନିୟୁତ ବ୍ୟାରେଲଥିଲା, ଯାହା ମଧ୍ୟରୁ ପ୍ରାୟ ୧.୨ ନିୟୁତ ବ୍ୟାରେଲ ସିଧାସଳଖ ରୋସନେଫ୍ଟ ଏବଂ ଲୁକୋଇଲରୁ ଆସିଥିଲା। ନଭେମ୍ବର ୨୧ ପର୍ଯ୍ୟନ୍ତ ରୁଷୀୟ ଅଶୋଧିତ ତୈଳ ପ୍ରବାହ ୧.୬-୧.୮ ନିୟୁତ ବ୍ୟାରେଲ ମଧ୍ୟରେ ରହିବ, କିନ୍ତୁ ଏହା ପରେ ରୋସନେଫ୍ଟ ଏବଂ ଲୁକୋଇଲରୁ ସିଧାସଳଖ ତେଲ ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି, କାରଣ ଭାରତୀୟ ରିଫାଇନରମାନେ ଆମେରିକୀୟ ପ୍ରତିବନ୍ଧକ ଜନିତ କୌଣସି ବିପଦକୁ ଏଡାଇବାକୁ ଚାହୁଁଛନ୍ତି। ସମ୍ଭାବ୍ୟ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରିଫାଇନରମାନେ ମଧ୍ୟପ୍ରାଚ୍ୟ, ବ୍ରାଜିଲ, ଲାଟିନ୍ ଆମେରିକା, ପଶ୍ଚିମ ଆଫ୍ରିକା, କାନାଡା ଏବଂ ଯୁକ୍ତରାଷ୍ଟ୍ରରୁ ଆମଦାନୀ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories