www.samajalive.in
Monday, November 17, 2025
17.1 C
Bhubaneswar

ଶନିବାର ରାଶିଫଳ: ଏହି ରାଶି ବିବାଦୀୟ ଘଟଣାରେ ଛନ୍ଦି ହୋଇପାରନ୍ତି

ମେଷ: କୃଷି କାର୍ଯ୍ୟ​‌େ​ର ତତ୍ପରତା ପ୍ରକାଶ ପାଇବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶକୁ ଉତ୍ତମ ମାନର କରିପାରନ୍ତି। ଅଧିକ ଶ୍ରମ ସ୍ବୀକାର କରିପାରନ୍ତି। ବେଳେବେଳେ ଭୁଲ ବୁଝାମଣା ଘଟିପାରେ।

ବୃଷ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟାବନତ ଭାବସମ୍ପନ୍ନ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ଦୃଢ଼ମନା ହେବେ। ସନ୍ତାନ ଲାଳସା ଜାତ ହୋଇପାରେ। ସର୍ବତ୍ର ବିଜୟୀ ହେବେ।

- Advertisement -

ମିଥୁନ: ଧନ ପ୍ରାପ୍ତି ପାଇଁ ଉଦ୍ୟମ କଷ୍ଟସାଧ୍ୟ ହେବ। ଚେଷ୍ଟାରୁ ବିରତ ହେବେ ଓ ସୁଖ ମଳିନ ପଡ଼ିପାରେ। ସହିଷ୍ଣୁ ପ୍ରକୃତିର ହୋଇପାରନ୍ତି। ସଂଯମୀ ହେଲେ ସମସ୍ୟା ମୁକ୍ତ ହେ​‌େ​‌ବ। ସାମାନ୍ୟ ଧନଲାଭର ସୂଚନା ମିଳୁଛି।

କର୍କଟ: ବିବାଦୀୟ ଘଟଣାରେ ଛନ୍ଦି ହୋଇପାରନ୍ତି। ବାକ୍‌ ସଂଯମୀ ହେଲେ କିଛିଟା ସୁଧାର ଆସିପାରେ। ଅତ୍ୟଧିକ ମିଷ୍ଟାନ୍ନ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଆୟ ଯତ୍‌କିଞ୍ଚିତ୍‌ ହେବ। ଚିନ୍ତାଧାରା ମହତ ହେବ।

ସିଂହ: ଶାସନ କ୍ଷେତ୍ରରେ କଠିନ ସ୍ବଭାବସମ୍ପନ୍ନ ହେଉଥିବାବେଳେ ପାଳନ କ୍ଷେତ୍ରରେ ଦୟାର ଅବତାର ହୋଇପାରନ୍ତି। ଜନକଲ୍ୟାଣ ପାଇଁ ଅଧିକ ବ୍ୟୟ ପାଇଁ କୁଣ୍ଠା ପ୍ରକାଶ କରିବେ ନାହଁି। ସ୍ନେହୀ ହେବେ।

କନ୍ୟା: ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇ ଆନନ୍ଦରେ ଅଧୀର ହୋଇପାରନ୍ତି। ବୁଦ୍ଧିମତ୍ତାର ପରିଚୟ ଦେବେ। ବନ୍ଧୁ ସହାୟତା ପାଇବେ। ନିର୍ଲୋଭ ପ୍ରକୃତିର ହେବେ। ଅତିଥି, ଗୁରୁ ଓ ଦେବ କାର୍ଯ୍ୟରେ ଆଗ୍ରହୀ ହେବେ।

ତୁଳା: ରାଜତୁଲ୍ୟ କ୍ଷମତାଧାରୀ ଓ ସ୍ବଚ୍ଛଳ ବର୍ଗର ହେବେ। ଶତ୍ରୁ ଉପରେ ଅକ୍ଲେଶରେ ବିଜୟ ହାସଲ କରିପାରନ୍ତି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନରମ ସ୍ବଭାବ, ଦୟା ଓ କ୍ଷମାର ଅବତାର ହେବେ।

ବିଛା: ସୁତାର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଜନସାଧାରଣ ଓ ପରିବାର ସହ ସ୍ନେହ, ପ୍ରୀତିଭାବାପନ୍ନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ଧନୁ: ବିତର୍କରେ ଭାଗ ନନେଇ ଓହରି ଆସିବା ଆପଣଙ୍କ ପକ୍ଷେ ଭଲ ହେବ। ଦିନସାରା କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ସହାୟକମାନେ କରଛଡ଼ା ଦେଇପାରନ୍ତି। ସତର୍କତାର ଦିନ ଆଜି।

ମକର: ବୈଦିକ ଶାସ୍ତ୍ରାନୁସାରେ କାର୍ଯ୍ୟ ନ କରି କାହାରି କୁପରାମର୍ଶରେ କାର୍ଯ୍ୟ କଲେ ପରେ ମନସ୍ତାପ କରିବାକୁ ପଡ଼ିବ। ଆଚାରୀ ନ ହୋଇ ସ୍ବେଚ୍ଛାଚାରୀ ହେଲେ ବିପଦ ଓ ଭୟର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ: କଠିନ ସମୟର ଉପସ୍ଥିତିରେ ଦୁର୍ଭାଗ୍ୟକୁ ଆଦରି ରହିବାକୁ ପଡ଼ିବ। କଷ୍ଟ ସହିଷ୍ଣୁ ହେବେ। ପ୍ରତି କାର୍ଯ୍ୟରେ ଓ କଥାବାର୍ତ୍ତାରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଉଦ୍ୟମ ଫଳବତୀ ହୋଇପାରେ।

ମୀନ: ବହୁ ସୁଖର ଅଧିକାରୀ ହେବେ। ଗୁପ୍ତ ବିଦ୍ୟା ହାସଲ କରିବାରେ ମନ ବଳାଇ ପାରନ୍ତି। ଦ୍ବିଜ ଦେବତାମାନଙ୍କ ପ୍ରତି ଅଟଳ ଭାବ ଭକ୍ତିସମ୍ପନ୍ନ ହେବେ। ସାଧୁ ପ୍ରଦତ୍ତ ସ୍ନେହ, କରୁଣା ଓ ଆଶୀର୍ବାଦରୁ ସୁଖ ମିଳିବ।

Hot this week

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

Related Articles

Popular Categories