www.samajalive.in
Thursday, December 11, 2025
26.1 C
Bhubaneswar

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଶିଶୁ ପ୍ରତିଭା ଲକସିଭ୍ 

ଆଠଗଡ: ନିଜର ଅଲୌକିକ ପ୍ରତିଭା ପ୍ରଦର୍ଶନ କରି ୫ ବର୍ଷର ଶିଶୁ ଲକସିଭ୍ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଲକସିଭ୍ ୧ ମିନିଟ ୫୪ ସେକେଣ୍ଡ ମଧ୍ୟରେ ଭାରତର ୨୩ ଟି ଆଇଟି କମ୍ପାନୀର ସିଇଓ, କମ୍ପ୍ୟୁଟର ସମ୍ପର୍କିତ ୨୧ଟି ଶବ୍ଦ, ୨୦ ଟି କମ୍ପ୍ୟୁଟର ଆଧାରିତ ସାଧାରଣ ଜ୍ଞାନ ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଆଠଗଡ ବାଣୀକଣ୍ଠନଗରର ଆଇନଜୀବୀ ଅନିଲ ମହାପାତ୍ର ଓ ନିରୁପମା ମହାପାତ୍ରଙ୍କ ନାତି ଲକସିଭ୍ ଇଣ୍ଡିଆ ବୁକ ଅଫ ରେକର୍ଡସର ଆଚିଭର ଭାବେ ମୁଖ୍ୟ ସମ୍ପାଦକଙ୍କ ଠାରୁ ପ୍ରମାଣ ପତ୍ର ପାଇଛନ୍ତି । ଶିଶୁ ପ୍ରତିଭା ଲକସିଭ୍ କଟକ ମାହାଙ୍ଗା ଅଞ୍ଚଳର ନିହାର ରଞ୍ଜନ ନାୟକ ଓ ଆଠଗଡର ଇପ୍ସିତା ମହାପାତ୍ରଙ୍କ ପୁତ୍ର । ପିତାମାତା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟରତ ଥିବାବେଳେ ପୁତ୍ର ଲକସିଭ୍ ସେଠାରେ ଗ୍ରେଟ ଭିଜନ ଏକାଡେମୀରେ ଏଲ କେଜିରେ ଅଧ୍ୟୟନ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜେଜେ ବାପା ଶରତ କୁମାର ନାୟକ, ଜେଜେମା ପାର୍ବତୀ ନାୟକ, ପରିବାରବର୍ଗ ଏବଂ ଅନ୍ଯମାନେ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ସୂଚନା ଯୋଗ୍ଯ ଲକସିଭ୍ ସମ୍ପ୍ରତି ନିକଟରେ ଏସିଆ ବୁକ୍ ଅଫ ରେକର୍ଡସ୍ ରେ ମଧ୍ୟ ନିଜର ବିରଳ ପ୍ରତିଭା ପ୍ରଦର୍ଶନ କରି ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories