www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଭ୍ୟାକ୍ସିନ ପ୍ରସ୍ତୁତିରେ ଭାରତ ବିଶ୍ଵର ହେବ ପ୍ରଥମ ଦେଶ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବର୍ତ୍ତମାନ କୋରୋନା ସଂକଟ ଉଗ୍ରରୂପ ନେଇ ସାରିଛି। ମହାମାରୀର ରୂପ ନେଇ ସାରିଛି କୋରୋନା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ର ଏହାର ପ୍ରତିଷେଧକ ବାହାର କରିପାରିନାହାନ୍ତି, ଯଦିଓ ଆମେରିକା ଓ ଚୀନ ଏହା ଉପରେ ଗବେଷଣା ବର୍ତ୍ତମାନ ସୁଦ୍ଧା ଜାରି ରଖିଛନ୍ତି। ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଏହି ଭ୍ୟାକ୍ସିନ ବାହାର କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏପରିକି ବିଶ୍ୱର କିଛି କମ୍ପାନୀ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପରୀକ୍ଷା କରିବା ଆରମ୍ଭ କରିସାରିଲେଣି। କିନ୍ତୁ ଏଯାଏ କୌଣସି କମ୍ପାନୀ ଏ ନେଇ ନିଶ୍ଚିତ କରିନାହାନ୍ତି।

ତେବେ କୋରୋନା ଭ୍ୟାକ୍ସିନ ବାହାର କରିବାରେ ଭାରତ ସମଗ୍ର ବିଶ୍ୱା ପ୍ରଥମ ଦେଶଭାବେ ଉଭା ହେବାକୁ ଯାଉଛି। ଦେଶର ୬ଟି ପ୍ରମୁଖ କମ୍ପାନୀ ଏହି କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ସ୍ତରରେ ରହିଛନ୍ତି। ଏହି ୬ କମ୍ପାନୀ ମଧ୍ୟରେ କ୍ୟାଡ଼ିଲା, ସୀରମ ଇନଷ୍ଟିଚ୍ୟୁଟ, ବାୟୋଲୋଜିକାଲ ଇ ଭାରତ ବାୟୋଟେକ, ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଓ ମାନ୍ୟାଭାକ୍ସ ଭଳି ବଡ଼ ବଡ଼ ଔଷଧ ପ୍ରସ୍ତୁତ କାରୀ କମ୍ପାନୀ ଭ୍ୟାକ୍ସିନ ବାହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀ ଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଭ୍ୟାକ୍ସିନ ବାହାର କରିସାରିଛନ୍ତି। ଏହି ଭ୍ୟାକ୍ସିନ ମଧ୍ୟରୁ ୩ଟି ମଣିଷଙ୍କ ଉପରେ ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଇଛି।

- Advertisement -

ମିଳିଥିବା ସୂଚନା ମୁତାବକ, କୋରୋନାର ଭ୍ୟାକ୍ସିନ ୨୦୨୧ ସୁଦ୍ଧା ବଜାରରେ ଉପଲବ୍ଧ ହେବ। ଏଥିପାଇଁ ଭାରତୀୟ କମ୍ପାନୀଗୁଡ଼ିକ ବେଶ ଦ୍ରୁତ ବେଗରେ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ତାଙ୍କ କାର୍ଯ୍ୟର ପ୍ରଗତିକୁ ଦେଖିଲେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବାର ଆଶା ଉଜ୍ଜୀବିତ କରିଛି। ତେବେ ଭାରତ ବ୍ୟତୀତ ଇଜ୍ରାଏଲ, ଜାପାନ, ଆମେରିକା ଭଳି ଦେଶ ମଧ୍ୟ ମଣିଷ ଉପରେ କୋରୋନା ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି।

ସୌଜନ୍ୟ: ଜି ନ୍ୟୁଜ

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories