କିଙ୍ଗଷ୍ଟନ: ଦ୍ୱିତୀୟ ଟେଷ୍ଟ କ୍ରିକେଟରେ ଭାରତ ୱେଷ୍ଟଇଣ୍ଡିଜ୍କୁ ୨୫୭ ରନରେ ପରାସ୍ତ କରି ୨-୦ରେ ସିରିଜ୍ ବିଜୟୀ ହୋଇଛି। ଜାମାଇକାର କିଙ୍ଗଷ୍ଟନଠାରେ ଅନୁଷ୍ଠିତ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ୍ ପାଇଁ ୪୬୮ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳ ୨୧୦ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଭାରତ ପାଇଁ ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ତିନିଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ।
ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ରନ୍ ସଂଗ୍ରହ କରିବା ସହ ଦ୍ୱିତୀୟ ଇନିଂସରେ ୪ୱିକେଟ୍ ହରାଇ ୧୬୮ରନ୍ କରିବା ପରେ ଖେଳ ସମାପ୍ତି ଘୋଷଣା କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୧୧୭ରନ୍ ଓ ଦ୍ୱିତୀୟ ଇନିଂସରେ ୨୧୦ରନ୍ ସଂଗ୍ରହ କରିଥିଲା। ଏହା ହେଉଛି ବିରାଟ କୋହଲିଙ୍କ ପାଇଁ ୨୮ତମ ଟେଷ୍ଟ କ୍ରିକେଟ୍ ବିଜୟ।



