www.samajalive.in
Saturday, December 13, 2025
23.1 C
Bhubaneswar

୧୯୬୫ ଯୁଦ୍ଧରେ ନଷ୍ଟ ରେଳ ସଂଯୋଗର ହେବ ପୁନରୁଦ୍ଧାର, ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବାଂଲାଦେଶ

ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଜି ସାତୋଟି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଚୁକ୍ତିନାମା ମଧ୍ୟରେ ପାକିସ୍ତାନ ସହ ୧୯୬୫ ଯୁଦ୍ଧରେ ନଷ୍ଟ ହୋଇଯାଇଥିବା ରେଳ ସଂଯୋଗର ପୁନରୁଦ୍ଧାର ପାଇଁ ମଧ୍ୟ ଉଭୟ ଦେଶର ନେତା ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନା ଗୁରୁବାର ଭର୍ଚୁଆଲ ଶିଖର ସମ୍ମିଳନୀରେ କୃଷି, ବୟନଶିଳ୍ପ ଏବଂ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗ ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

- Advertisement -

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ବିଜୟ ଦିବସ ପାଳନ କରିବା ପରେ ତୁରନ୍ତ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଆୟୋଜନ କରିବା ଏକ ମହତ୍ୱପୂର୍ଣ୍ଣ ବିଷୟ ଏବଂ ବାଂଲାଦେଶ ଭାରତର ‘ପ୍ରଥମେ ପଡୋଶୀ’ ନୀତିର ଏକ ପ୍ରମୁଖ ଅଂଶ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଗତକାଲିଠାରୁ ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ବିଜୟର ୫୦ ତମ ବାର୍ଷିକୀ ଉତ୍ସବ ଆରମ୍ଭ କରିଛି ଯେଉଁଥିରେ ବାଂଲାଦେଶର ସୃଷ୍ଟି ହୋଇଥିଲା। ସେ କହିଛନ୍ତି, ‘ବାଂଲାଦେଶ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବରେ ପାଳନ କରେ। ସେ କହିଛନ୍ତି, ଆଜି ଯେତେବେଳେ ବାଂଲାଦେଶ ସ୍ୱାଧୀନତାର ୪୯ ବର୍ଷ ପାଳନ କରୁଛି, ମୁଁ ଉଭୟ ଦେଶର ସଶସ୍ତ୍ର ବାହିନୀର କର୍ମକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଶ୍ରୀ ମୋଦୀ ଏବଂ ଶ୍ରୀମତୀ ହାସିନା ମିଳିତ ଭାବେ ବାଂଲାଦେଶର ପ୍ରତିଷ୍ଠାତା ମୁଜିବୁର ରହମାନ ଏବଂ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଚିଲାହାଟି-ହାଲଡିବାରୀ ରେଳ ସେବା ଆରମ୍ଭ ହେଲେ ତାହା ବାଂଲାଦେଶ ସହ ଆସାମ ଏବଂ ପଶ୍ଚିମବଙ୍ଗ ସହ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହା ୧୯୬୫ ପର୍ଯ୍ୟନ୍ତ କୋଲକାତା ଠାରୁ ସିଲିଗୁରୀ ପର୍ଯ୍ୟନ୍ତ ବ୍ରଡ ଗେଜ୍ ମୁଖ୍ୟ ମାର୍ଗର ଏକ ଅଂଶ ଥିଲା।

ଶ୍ରୀ ମୋଦୀ କହିଛନ୍ତି ଯେ ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବାଂଲାଦେଶ ସହିତ ଭାରତର ସମ୍ପର୍କକୁ ମଜବୁତ କରିବା ଏଦିଗରେ ପ୍ରାଥମିକତା ଦେଉଛନ୍ତି। କରୋନା ମହାମାରୀ ଭଳି କଷ୍ଟକର ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତମ ସହଯୋଗ ରହିଥିବା ସନ୍ତୋଷଜନକ ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ ଟିକା କ୍ଷେତ୍ରରେ ବାଂଲାଦେଶର ଆବଶ୍ୟକତା ଉପରେ ଭାରତ ବିଶେଷ ଧ୍ୟାନ ଦେବା ବୋଲି ପ୍ରଧାନମନ୍ତ୍ରୀ।

ଆସନ୍ତା ବର୍ଷ ବାଂଲାଦେଶ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବାରୁ ଶ୍ରୀ ମୋଦୀ ହସିନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ହସିନା ଭାରତକୁ ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ସେ ମଧ୍ୟ ଭାରତର କରୋନା ସଂକ୍ରମଣର ମୁକାବିଲା ଜନିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ ମହାମାରୀର ଶିକାର ହୋଇଥିବା ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାରରେ ଏହା ବିଶେଷ ସହାୟକ ହେବ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories