www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତକୁ ମିଳିଲା ସମ୍ମାନଜନକ ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ପୁରସ୍କାର

ଡେସ୍କ: ଭାରତକୁ ସମ୍ମାନଜନକ ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ରୋଗର ମୁକାବିଲା ଦିଗରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଭାରତକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମାର୍ଚ୍ଚ ୬ ତାରିଖରେ ୱାଶିଂଟନରେ ଥିବା ଆମେରିକାର ରେଡକ୍ରସ୍ ମୁଖ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାଷ୍ଟ୍ରଦୂତ ଶ୍ରୀପ୍ରିୟା ରଙ୍ଗନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ପୁରସ୍କାର ଜନସ୍ୱାସ୍ଥ୍ୟ ଏବଂ ପିଲାମାନଙ୍କ ମଧ୍ୟରେ ସଂକ୍ରାମକ ରୋଗର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛି। ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ମିଜଲ୍ସ ଓ ରୁବେଲା ସଂକ୍ରମଣକୁ ନିୟନ୍ତ୍ରଣ ଓ ରୋକିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories