www.samajalive.in
Friday, December 12, 2025
26.1 C
Bhubaneswar

ଆତଙ୍କବାଦ ମୁକାବିଲା – ଆସିଆନ ରାଷ୍ଟ୍ର ସମୂହର ଭାରତକୁ ସମର୍ଥନ

ବ୍ୟାଙ୍ଗକକ: ଆତଙ୍କବାଦର ମିଳିତଭାବେ ମୁକାବିଲା ପାଇଁ ଭାରତ ଏବଂ ଆସିଆନ ରାଷ୍ଟ୍ର ସମୂହ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍ଗକକରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ବିଜୟ ସିଂ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ- ଆସିଆନ ଶିଖର ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ଉତଥାପନ କରି ଏହା ଶାନ୍ତି ଓ ନିରାପତ୍ତା ପ୍ରତି ସବୁଠାରୁ ବଡ ବିପଦ ବୋଲି କହିଛନ୍ତି। ଆସିଆନ ରାଷ୍ଟ୍ରଗୁଡିକର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ସମାନ ମତ ରଖିବା ସହ ଆତଙ୍କବାଦର ମୁକାବିଲା ପାଇଁ ନୀତିଗତ ସହଯୋଗ ଉପରେ ସହମତି ପ୍ରକାଶ କରିଛନ୍ତି। ଭାରତ ଓ ଆସିଆନ ରାଷ୍ଟ୍ରଗୁଡିକ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମିଳିମିଶି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ସଚିବ ଠାକୁର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ଶାନ୍ତି, ନିରାପତ୍ତା ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧତା ଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ମାଧ୍ୟମରେ ଉଭୟ ଦେଶର ସ୍ୱାର୍ଥ ସାଧନ ହୋଇପାରିବ ବୋଲି କହିଛନ୍ତି। ଔଷଧପତ୍ର, ଯାନବାହନ ଏବଂ କୃଷିଜାତ ସାମଗ୍ରୀ ସମେତ ଭାରତରେ ପ୍ରସ୍ତୁତ ବିଭିନ୍ନ ଜିନିଷ ପାଇଁ ଇଣ୍ଡୋନେସିଆରେ ବୃହତ ବଜାର ସୃଷ୍ଟି କରାଯିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତରେ ପୁଞ୍ଜିନିବେଶ ପାଇଁ ଇଣ୍ଡୋନେସୀୟ କମ୍ପାନୀଗୁଡିକୁ ନିମନ୍ତ୍ରଣ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories