www.samajalive.in
Friday, December 12, 2025
27.1 C
Bhubaneswar

କୁହୁଡି ଓ ବାୟୁ ପ୍ରଦୂଷଣ ଘେରରେ ଦିଲ୍ଲୀ – ସୋମବାରରୁ ଅଡ୍‍ ଇଭିନ୍‍ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁର ମାନରେ ଆହୁରି ଅବନତି ଘଟି ଏହା ଅତି ବିପଦଜନକ ଶ୍ରେଣୀର ହୋଇପଡିଛି। ଏହି ପରିସ୍ଥିତି ଆହୁରି ଦୁଇ ତିନିଦିନ ଜାରି ରହିବ ବୋଲି ଜଣାପଡିଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର କୂଳଦୀପ ଶ୍ରୀବାସ୍ତବା କହିଛନ୍ତି, ବର୍ଷା ଯୋଗୁଁ ଆଜି ଦିଲ୍ଲୀରେ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି। ଇତିମଧ୍ୟରେ ଦିଲ୍ଲୀ ସରକାର ଆସନ୍ତାକାଲିଠାରୁ ଅଡ୍‍ ଇଭିନ୍‍ ଯୋଜନାକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁଁ ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏହି ଯୋଜନାର ଲକ୍ଷ୍ୟ।

- Advertisement -

ପ୍ରଦୂଷଣ ଓ ପ୍ରତିକୂଳ ପାଗ ଯୋଗୁଁ ଆଜି ଦିଲ୍ଲୀରୁ ୩୭ଟି ଉଡାଣର ଗତିପଥକୁ ଅନ୍ୟ ବିମାନ ବନ୍ଦରକୁ ପରିବର୍ତ୍ତିତ କରିଦିଆଯାଇଛି। କୁହୁଡିର ବହଳ ଆସ୍ତରଣ ନିମ୍ନ ଦୃଶ୍ୟମାନତା କାରଣରୁ ଦିଲ୍ଲୀ ବିମାନ ବନ୍ଦରରୁ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ୩୭ଟି ଉଡାଣକୁ ଜୟପୁର, ଅମ୍ରିତସର, ଲକ୍ଷ୍ନୌ ଓ ମୁମ୍ବାଇ ବିମାନ ବନ୍ଦରକୁ ଗତିପଥ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ବିମାନବନ୍ଦରରେ ଘନ କୁହୁଡି ଯୋଗୁଁ ଏୟାର ଇଣ୍ଡିଆର ୧୨ଟି ଓ ଭିସ୍ତାର ୫ଟି ଉଡାଣର ଗତିପଥ ପରିବର୍ତ୍ତନ କରାଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories