www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଥମ ଟି-୨୦: ଭାରତକୁ ୭ ୱିକେଟରେ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ। ମୁସଫିକର ରହିମଙ୍କ ଲଢୁଆ ଅପରାଜିତ ୬୦ ରନର ମ୍ୟାଚ୍ ବିଜୟୀ ଇନିଂସ ବଳରେ ଭାରତ ଦ୍ଵାରା ଧାର୍ୟ୍ୟ ୧୪୯ ରନ ବିଜୟ ଲକ୍ଷ୍ୟକୁ ଦଳ ୩ ଓ୍ଵିକେଟ୍ ହରାଇ ୧୯.୩ ଓଭରରେ ହାସଲ କରି ନେଇଛି। ଆଜିର ମ୍ୟାଚରେ  ବାଂଲାଦେଶ କ୍ୟାପଟେନ୍ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ରୋହିତ୍ ଶର୍ମା ମ୍ୟାଚର ପ୍ରଥମ ଏବଂ ପଞ୍ଚମ ବଲରେ ଚୌକା ମାରିଥିଲେ ହେଁ ଓଭରର ଶେଷ ବଲରେ ସାଫିଉଲ୍ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ରୋହିତ୍ ୫ ବଲରେ ମାତ୍ର ୯ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଲୋକେଶ ରାହୁଲ ମଧ୍ୟ ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ। ରାହୁଲ ମାତ୍ର ୧୫ ରନ କରି ବିଦାୟ ନେଇଥିଲେ। ଶିଖର ଓ ଶ୍ରେୟସ ଆୟର ଚତୁର୍ଥ ଓ୍ଵିକେଟରେ ୩୪ ରନ ଯୋଡ଼ି ଦଳର ସ୍କୋରକୁ ୭୦ରେ ପହଞ୍ଚାଇଥିଲେ। କ୍ରିଜରେ  ପ୍ରଥମରୁ ଜମି ରହିଥିବା ଧାଓ୍ଵନ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ସେ ୪୨ ବଲରୁ ୩ ଚୌକା ଓ ୧ ଛକା ବଳରେ ୪୧ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ପଦାର୍ପଣ କରିଥିବା ଶିବମ ଦୁବେ କିଛି ଖାସ୍ କରିପାରିନଥିଲେ। ସେ ୧ ରନ କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ୨୭ ରନର ଉପଯୋଗୀ ବ୍ୟାଟିଂ କରି  ପ୍ୟାଭିଲିୟନ ଫେରିଥିଲେ। ମ୍ୟାଚର ଶେଷ ଭାଗରେ  ଓ୍ଵାଶିଂଟନ ସୁନ୍ଦରଙ୍କ ୪ ବଲରୁ ୨ ଛକା ଜରିଆରେ ଅପରାଜିତ ୧୪ ଓ କୃଣାଲ ପାଣ୍ଡ୍ୟା ୮ ବଲରୁ ୧୫ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପ୍ରଥମ ଓଭରରେ ଓପ୍ନର ଲିଟନ୍ ଦାସ (୭)ଙ୍କୁ ହରାଇଥିଲା। ଲିଟନଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ। ଏହା ପରେ ଡେବ୍ୟୁଟାଣ୍ଟ ମହମ୍ମଦ ନଇମ ଓ ସୌମ୍ୟ ସରକାର ୨ୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳୀୟ ସ୍ଥିତି ସୁଧାରିଥିଲେ। ନଇମ ୨୬ ରନ୍ କରି ଚହଲଙ୍କ ଶିକାର ହୋଇଥିଲା। ସୌମ୍ୟ ଓ ମୁଶଫିକର ରହିମ୍ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୬୦ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରି ବାଂଲାଦେଶକୁ ବିଜୟ ନିକଟତର କରାଇଥିଲେ। ସୌମ୍ୟ ୩୫ ବଲରେ ୧ ଚୌକା ଓ ୨ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ମୁଶଫିକର ଓ କ୍ୟାପଟେନ୍ ମହମଦୁଲ୍ଲା ଆକ୍ରମଣାତ୍ମକ ବ୍ୟାଟିଂ କରି ୩ଟି ବଲ୍ ବାକି ଥାଇ ନିଜ ଟିମକୁ ବିଜୟୀ କରାଇଥିଲେ। ରହିମ୍ ୪୩ ବଲରେ ୮ ଚୌକା ଓ ୧ ଛକା ସହ ୬୦ ରନ୍ କରି ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମହମ୍ମଦୁଲ୍ଲା ୭ ବଲରେ ୧୫ ରନ୍ କରି ଅପରାଜିତ ଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories