www.samajalive.in
Saturday, December 6, 2025
23.1 C
Bhubaneswar

ଦ୍ବିତୀୟ ଦିନିକିଆ: ୩୩୭ରନ୍‌ ଟାର୍ଗେଟ୍‌ ଦେଲା ଭାରତ, ୪ ୱିକେଟ୍‌ ହରାଇ ବିଜୟ ହାସଲ କଲା ଇଂଲଣ୍ଡ

ପୁଣେ: ଦ୍ବିତୀୟ ଦିନିକିଆରେ ୬ ୱିକେଟ୍‌ରେ ହାରିଲା ଭାରତ। ପ୍ରଥମେ ବ୍ୟାଟିଂ କରି ୩୩୭ରନ୍‌ ଟାର୍ଗେଟ୍‌ ଦେଲା ଭାରତ। ଭାରତ ଦ୍ବାରା ଧାର୍ଯ୍ୟ ୩୩୭ ରନର ବିଶାଳ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ମାତ୍ର ୪୩.୩ ଓଭରରେ ପୂରଣ କରିଥିଲା ଓ ୪ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା ଇଂଲଣ୍ଡ। ଏଥିରେ । ବେୟାର୍‌ଷ୍ଟୋ ୧୨୪ରନ୍‌ ଓ ବେନ୍‌ ଷ୍ଟୋକ୍ସ ୯୯ରନ୍‌ର ବିସ୍ଫୋରକ ଇନିଂସ୍ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଦିନିକିଆରେ ଭାରତର ସ୍କୋର ୫୦ ଓଭରରେ ୩୩୬/୬ ହୋଇଥିବାବେଳେ ୪୩.୩ ଓଭରରେ ଇଂଲଣ୍ଡର ସ୍କୋର ଥିଲା ୩୩୭/୪। ପୂର୍ବରୁ ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ହାସଲ କରିଛି; ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି।
ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରିଛି। ଆଜି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଗତ ମ୍ୟାଚରେ ୯୮ ରନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୋଡ଼ି ଭାରତର ସ୍ଥିତିକୁ ମଜଭୂତ କରିଥିଲା। ରୋହିତ ୨୫ ରନ କରିଥିବାବେଳେ ବିରାଟ ୬୬ ରନ କରିଥିଲେ। ଏହାପରେ କେଏଲ ରାହୁଲଙ୍କ ଲଢୁଆ ଶତକ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏକ ବିଶାଳ ସ୍କୋର ଠିଆ କରିବାକୁ ସକ୍ଷମ ହୋଇଥିଲା । ରାହୁଲ ୧୦୮ ରନ କରିଥିବାବେଳେ ପନ୍ତ ୭୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା।


ଏହାପରେ ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସି ଭାରତ ଠିଆ କରିଥିବା ବିଶାଳ ସ୍କୋରକୁ ଅତି ସହଜରେ ଅତିକ୍ରମ କରିଥିଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜନି ବେୟାରଷ୍ଟୋ ୧୨୪ ରନ କରିଥିବାବେଳେ ଜାସନ ରଏ ୫୫ ରନ କରିଥିଲେ।ତେବେ ଆଜି ମ୍ୟାଚର ମୁଖ୍ୟ ଆକର୍ଷଣ ଥିବା ବେନ ଷ୍ଟୋକ୍ସଙ୍କ ଧୂଆଁଧାର ୯୯ ରନ। ମାତ୍ର ୫୨ଟି ବଲ ଖେଳି ସେ ୪ ଚୌକା ଓ ୧୦ଟି ବିଶାଳ ଛକା ମାଧ୍ୟମରେ ଏହି ସ୍କୋର କରିଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ସର୍ବାଧିକ ୨ ୱିକେଟ ପ୍ରସିଦ୍ଧ କ୍ରିଷ୍ଣା ନେଇଥିବା ବେଳ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories