www.samajalive.in
Saturday, December 6, 2025
14.1 C
Bhubaneswar

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ଼ ଲାଇନ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ରୋକିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ସହରର ଜଣେ ୧୭ ବର୍ଷର ନାବାଳିକାଙ୍କ ଆଜି ମଧ୍ୟାହ୍ନରେ ବାହାଘର ଥିଲା। ଏବିଷୟରେ ଗୁରୁବାର ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ଏହାକୁ ରୋକିବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜି ସକାଳେ ଚାଇଲ୍ଡ ଲାଇନ ସଂଯୋଜିକା ବବିନା ନାଏକ, ଆଇସିଡିଏସ ସୁପରଭାଇଜର ଗୀତା ଦଲାଲ ଓ ୱହିଦା ବେଗମ୍, ସବଇନ୍ସପେକ୍ଟର ତପନ ସ୍ବାଇଁ ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ନାବାଳିକାଙ୍କୁ ବିବାହ ଦେବା ଦ୍ବାରା ଦେଖା ଦେଉଥିବା କୁପ୍ରଭାବର ବିଭିନ୍ନ ଦିଗ ବିଷୟରେ କନ୍ୟା ପିତାମାତାଙ୍କୁ ବୁଝାଇଥିଲେ। ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ନକରାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ ପିତାମାତା ରାଜି ହେବା ସହ ନାବାଳିକା ମଧ୍ୟ ଆଗକୁ ପାଠ ପଢ଼ିବେ ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories