www.samajalive.in
Friday, December 5, 2025
26.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

ୱେଲିଂଟନ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସରିବାର ସପ୍ତାହେ ମଧ୍ୟ ବିତିନାହିଁ । ସେମିଫାଇନାଲରେ ପରାସ୍ତ ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି । ଏହାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ବିଶ୍ବକପ୍‌ ଖେଳିଥିବା ଅଧିକାଂଶ ଭାରତୀୟ ଖେଳାଳି ଘରକୁ ନ ଫେରି ସିଧା ନ୍ୟୁଜିଲାଣ୍ଡ ଯାଇଛନ୍ତି। ଆଉ ଏକ ବିଶ୍ବକପ୍‌ର ଅସଫଳ ଅଭିଯାନ ପରେ ଭାରତୀୟ ଦଳକୁ ଆଗକୁ ଦେଖିବାକୁ ପଡ଼ିବ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଏହାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ। ତେଣୁ ଭବିଷ୍ୟତରେ ଭାରତର ଟି୨୦ ଅଧିନାୟକ କୁହା ଯାଉଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦିଆଯାଇଛି। ଚଳିତବର୍ଷ ପାଣ୍ଡ୍ୟା ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଥିଲେ ହେଁ ନ୍ୟୁଜିଲାଣ୍ଡ ଶୃଙ୍ଖଳା ତାଙ୍କ ନେତୃତ୍ବର ସବୁଠାରୁ ବଡ଼ ଅଗ୍ନିପରୀକ୍ଷା ହେବ।
ଏହି ଶୃଙ୍ଖଳାରୁ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍‌. ରାହୁଲ, ରବିଚନ୍ଦ୍ରନ୍ ଅଶ୍ବିନ, ମହମ୍ମଦ ସାମିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କୁ ଦକ୍ଷତା ଦେଖାଇବାର ସୁଯୋଗ ମିଳିଛି। ସେମାନେ କିପରି ଆକ୍ରମଣାତ୍ମକ ମନୋଭାବ ଦେଖାଉଛନ୍ତି ଏବଂ ବିଦେଶ ପରିସ୍ଥିତି ଓ ପିଚ୍‌ ସହ ଖାପ୍‌ ଖୁଆଇ କେତେ ସଫଳ ହେଉଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିବ। ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରମୁଖ ଖେଳାଳି ଦଳରେ ଅଛନ୍ତି। କେବଳ ଫାଷ୍ଟବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ମାର୍ଟିନ୍ ଗପ୍‌ଟିଲ ବାଦ୍‌ ପଡ଼ିଛନ୍ତି। ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କ ଟି୨୦ ଫର୍ମ ଭଲ ନଥିଲେ ହେଁ ଘରୋଇ ବାତାବରଣରେ ନ୍ୟୁଜିଲାଣ୍ଡ ଏହି ଶୃଙ୍ଖଳା ଜିତିବାକୁ ବଡ଼ ଦାବିଦାର। ୨୦୨୦ରେ ନ୍ୟୁଜିଲାଣ୍ଡ ମାଟିରେ ଉଭୟ ଦଳ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିଥିବା ବେଳେ ଭାରତ ଏହାକୁ ୫-୦ରେ ପୋଛି ନେଇଥିଲା। ହେଲେ ୫-୦ ଫଳାଫଳରେ ଏହା ପ୍ରତିଫଳିତ ହେଉନାହିଁ ଯେ ଉକ୍ତ ଶୃଙ୍ଖଳା କେତେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସୁପର ଓଭରରେ ୨ଟି ମ୍ୟାଚ୍‌ର ଫଇସଲା ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ। ଗପ୍‌ଟିଲଙ୍କ ସ୍ଥାନ​‌େ​‌ର ଫିନ୍ ଆଲେନ୍ ବିଶ୍ବକପ୍‌ ଖେଳି ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ହେଲେ ଏହାପରେ ତାଙ୍କ ବ୍ୟାଟ୍‌ରୁ ରନ୍‌ ଶୁଖି ଯାଇଥିଲା। ପୂରା ବିଶ୍ବକପ୍‌ରେ ସେ ମୋଟ ୧୦୦ ରନ୍‌ ମଧ୍ୟ ଛୁଇଁ ପାରିନଥିଲେ। ଭାରତ ବିପକ୍ଷରେ ଆଲେନ୍‌ଙ୍କୁ ନିୟମିତତା ଦେଖାଇବାକୁ ପଡ଼ିବ। କାରଣ ଅନ୍ୟତମ ଶ୍ରେଷ୍ଠ ଟି୨୦ ବ୍ୟାଟ୍‌ସମ୍ୟାନ୍ ମାର୍ଟିନ୍ ଗପ୍‌ଟିଲଙ୍କ ସ୍ଥାନରେ ସେ ଖେଳିବାର ସୁଯୋଗ ପାଇଛନ୍ତି। ଦୁଇ ଭାରତୀୟ ନୂଆ ବଲ୍‌ ବୋଲର ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହ ନ୍ୟୁଜିଲାଣ୍ଡ ବାତାବରଣରେ ବଲ୍‌କୁ ସ୍ବିଙ୍ଗ୍‌ କରିବେ। ହର୍ଷଲ ପଟେଲ ଓ ଉମ୍ରାନ୍ ମାଲିକ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଯୁଜବେନ୍ଦ୍ର ଚହଲ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଖେଳିବାକୁ ଥିବା ବେଳେ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଖେଳିବେ। କୋହଲିଙ୍କ ସ୍ଥାନରେ ୩ନଂ ସ୍ଥାନ ପାଇଁ ସଞ୍ଜୁ ସାମ୍‌ସନ, ଶ୍ରେୟାସ ଆୟର ଓ ଦୀପକ ହୁଡାଙ୍କ ମଧ୍ୟରେ ମୁକାବିଲା ହେବ। ଭାରତ ପାଇଁ ଟ୍ବେଣ୍ଟି୨୦ ଖେଳିନଥିବା ଶୁବ୍‌ମାନ ଗିଲ୍‌ଙ୍କ ସହ ଦଳକୁ ଫେରିଥିବା ଈଶାନ୍ କିଷନ୍ ଓପନ୍‌ କରିବେ। ବିଶ୍ବକପ୍‌ ସେମିଫାଇନାଲ ଖେଳିଥିବା ନ୍ୟୁଜିଲାଣ୍ଡ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଟ୍ରେଣ୍ଟ ବୋଲ୍‌ଟଙ୍କ ସ୍ଥାନରେ ପେସ୍ ବୋଲର ଆଡାମ୍ ମିଲ୍‌ନ ଖେଳିପାରନ୍ତି। ଛୋଟ ବାଉଣ୍ଡରୀ ଯୋଗୁଁ ନ୍ୟୁଜିଲାଣ୍ଡର ୨ ଜଣ ସ୍ପିନରଙ୍କୁ ଭାରତୀୟ ବ୍ୟାଟ୍‌ସମ୍ୟାନ ଟାର୍ଗେଟ୍ କରିପାରନ୍ତି। ଆଉ ୨୮ ରନ୍‌ କଲେ ଗ୍ଲେନ୍‌ ଫିଲିପ୍‌ସ ଚଳିତବର୍ଷ ନ୍ୟୁଜିଲାଣ୍ଡର ସର୍ବାଧିକ ଟି୨୦ ସ୍କୋରର୍ୟର ହେବେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories