www.samajalive.in
Friday, December 5, 2025
26.1 C
Bhubaneswar

ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ପିପିଳିଆ ଶରଧାପୁର ରାସ୍ତା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଠାରୁ ପାଟଣା ବ୍ଲକ ଶରଧାପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସଦର ବ୍ଲକର କିଛି ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ହୋଇଛି। ପୋଇପାଣି ଠାରୁ ଶରଧାପୁର ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ମଧ୍ୟରେ ତିନୋଟି ବ୍ଲକ ଯଥା ଘଟଗାଁ ସଦର ଓ ପାଟଣା ବ୍ଲକ ଅଞ୍ଚଳ ରହିଥିବାବେଳେ ୩ ଟି ନିର୍ବାଚନ ମଣ୍ଡଳୀ ମଧ୍ୟ ରହିଛି । ତେବେ ଘଷିପୁରା ନିର୍ବାଚନ ମଣ୍ଡଳୀର ପିପିଳିଆରୁ ପୋଇପାଣି ପର୍ଯ୍ୟନ୍ତ ରାସ୍ତା ପିଚୁ ହୋଇସାରିଥିବାବେଳେ ପାଟଣା ନିର୍ବାଚନ ମଣ୍ଡଳୀର କିଛି ଅଂଶ ମଧ୍ୟ ପିଚୁ ହେବାକୁ ଯାଉଛି । ମାତ୍ର ସଦର ବ୍ଲକ ତଥା ନିର୍ବାଚନ ମଣ୍ଡଳୀର ମାତ୍ର ୧ କିଲୋମିଟର ରୁ କିଛି ଅଧିକ ରାସ୍ତା ପିଚୁ ହୋଇ ପାରୁନାହିଁ। ଯାହାଫଳରେ ରାସ୍ତାରେ ପ୍ରବଳ ଖାଲଖମା ହୋଇ ଗମନାଗମନ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ଲୋକେ । ଏହି ରାସ୍ତା ଦେଇ ପ୍ରତ୍ୟହ ଶହଶହ ବାଇକ ଚାରିଚକିଆ ଏପରିକି ଭାରିଯାନ ମଧ୍ୟ ଚଳାଚଳ କରୁଛନ୍ତି ତେବେ ସଦର ବ୍ଲକ ଅଞ୍ଚଳ ରାସ୍ତା ଡୁମୁରିଆ ଗ୍ରାମ ଇଲାକାକୁ ପିଚୁ କରା ନଯିବାର କାରଣ ତାହା ସାଧାରଣ ଲୋକ ଜାଣିପାରି ନଥିବାରୁ ଜିଲ୍ଲା ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories