ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୯ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ମଧ୍ୟଭାଗରେ ଅବପାତ ରୂପନେବା ସହ ପରବର୍ତ୍ତୀ ୩ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ପଡିପାରେ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାରଦ ତଳକୁ ଖସୁଥିବାରୁ ରାଜ୍ୟରେ ଶୀତର ପ୍ରଭାବ ବଢ଼ୁଛି । ବୁଧବାର ୯ଟି ସହରରେ ପାରଦ ୧୪ ଡିଗ୍ରୀ ତଳେ ରହିଥିଲା। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲାର ଶିମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୭.୬ଡିଗ୍ରୀ ରେକର୍ଡ ହୋଇଛି। ଯାହା ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା। ଜି.ଉଦୟଗିରି ୮.୨ ଡିଗ୍ରୀ, ଦାରିଙ୍ଗବାଡି ୧୦, କୋରାପୁଟ ୧୦.୫, ଫୁଲବାଣୀ ୧୧, ଭବାନୀପାଟଣା ୧୨, କିରେଇ ୧୨, ଚିପିଲିମା ୧୩.୨ ଓ ଝାରସୁଗୁଡା ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। େଦ୍ବୖତନଗରୀ ଭୁବନେଶ୍ବର ଏବଂ କଟକରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। ଭୁବନେଶ୍ବରରେ ତାପମାତ୍ରା ୧୬.୫ ଡିଗ୍ରୀ ଏବଂ କଟକରେ ୧୬.୬ ଡିଗ୍ରୀ ରହିଛି। କଟକ, ଫୁଲବାଣୀ, ଭବାନୀପାଟଣା ଏବଂ ପାରଳାଖେମୁଣ୍ଡିରେ କୁହୁଡି ଦୃଶ୍ୟମାନ ହୋଇଛି। ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ସକାଳୁ କୁହୁଡି ପଡିବା ଦ୍ବାରା ଥଣ୍ଡା ରହିଥିଲା।
ଲଘୁଚାପ ସୃଷ୍ଟି, ୧୯ରେ ଅବପାତ
Popular Categories



