www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ : ଭାରତ ୧୩ ରନରେ ବିଜୟୀ

କାନ୍‌ବେରା : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍‌ର ଟାର୍ଗେଟ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୩ଟି ବଲ୍ ବାକି ଥାଇ ୨୮୯ ରନରେ ଅଲ ଆଉଟ ହୋଇଯାଇଥିଲା। ଶେଷ ମ୍ୟାଚ​ରେ ଭାରତୀୟ ଦଳ ସମ୍ମାନ ରକ୍ଷା କରି ମ୍ୟାଚ ବିଜୟୀ ହେବା ସହ ଅଷ୍ଟ୍ରେଲିଆର ବିଜୟ ପଥରେ ବ୍ରେକ୍ ଲଗାଇଛି। ଶେଷ ଓଭର ଗୁଡିକରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଦଳ ପାଇଁ ବିଜୟ ଆଣି ଦେଇଛି। ଦଳ ପକ୍ଷରୁ ଶାଦ୍ରୁଳ ଠାକୁର ୩ଟି ୱିକେଟ ହାସଲ କରିଥିବା ବେଳେ ବୁମରା ଓ ନଟରାଜନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୩୦୨ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଆଜି ସବମନ୍‌ ଗିଲ୍‌ ଏବଂ ଶିଖର ଧୱନ ଓପନିଂ କରିଥିଲେ। ହେଲେ ୬ ଓଭରରେ ଦଳ ୨୬ ରନ୍‌ କରିଥିବାବେଳେ ଧୱନଙ୍କୁ ହରାଇଥିଲା। ଗିଲ୍‌ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ସେ ୩୯ ବଲ୍‌ରେ ୩୩ ରନ୍‌ କରିଥିଲେ।

- Advertisement -

୩ ନମ୍ବରରେ ଆସିଥିବା ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୭୮ ବଲ୍‌ରେ ୬୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ ପରେ ଶେୟସ ଆୟାର ୧୯ ଓ କେ.ଏଲ. ରାହୁଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୩୨ ଓଭରରେ ଦଳ ୧୫୨ ରନ୍‌ କରିଥିବାବେଳେ ମୂଲ୍ୟବାନ୍‌ ୫ଟି ଓ୍ବିକେଟ୍‌ ହରାଇ ଶୋଚନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲା।

କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଆକର୍ଷଣୀୟ ଇନିଂସ ଖେଳିଥିଲେ। ଉଭୟେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସ୍କୋରକୁ ୩୦୦ ପାର୍‌ କରାଇଥିଲେ। ଉଭୟଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା।

ପାଣ୍ଡ୍ୟା ୭୫ ବଲ୍‌ରେ ୯୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିରେ ୭ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି। ସେହିପରି ଜାଡେଜା ୫୦ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୬୬ ରନ୍‌ କରିଥିଲେ।

ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜକୁ ହାତେଇ ନେଇଥିଲେ ମଧ୍ୟ ଚୁଡାନ୍ତ ପରିରାମ ୨-୧ ରହିଛି।

ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଥିବା ବେଳେ ସ୍ମିଥ ପ୍ଳେୟାର ଅଫ୍ ଦ ସିରିଜ୍ ହୋଇଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories