www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ୧୬୬ ରନରେ ଆଗୁଆ ; ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୫ ରନ୍‍

ଆଡିଲେଡ୍‍ : ଆଡିଲେଡ୍‍ ଟେଷ୍ଟରେ ଭାରତ ଧୀରେ ଧୀରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍‍ର ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨ୟ ଇନିଂସରେ ୩ ୱିକେଟ୍‍ ହରାଇ ୧୫୧ ରନ୍‍ ସଂଗ୍ରହ କରିଛି। ଫଳରେ ଭାରତ ୧୬୬ ରନରେ ଆଗୁଆ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୫ ରନ୍‍ କରି ଅଲ୍‍ ଆଉଟ୍‍ ହୋଇଯାଇଥିଲା।

ଭାରତ ପକ୍ଷରୁ କେ.ଏଲ ରାହୁଲ ୪୪,ମୁରଲୀ ବିଜୟ ୧୮,ବିରାଟ କୋହଲି ୩୪ ରନ କରିଛନ୍ତି। ଚେତେଶ୍ୱର ପୂଜାରା ୪୦ ଓ ରାହାଣେ ୧ ରନ୍ କରି ଅପରାଜିତ ଅଛନ୍ତି।

- Advertisement -

ତେବେ ବର୍ଷା ଯୋଗୁଁ ଆଜି ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ୭ୱିକେଟ୍‍ ବିନିମୟରେ ୧୯୧ ରନ୍‍ରୁ ଅଷ୍ଟ୍ରେଲିଆ ଆଜିର ଖେଳ ଆରମ୍ଭ କରିଥିଲା। ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୫୦ ରନ୍‍ କରି ଅଲ୍‍ ଆଉଟ୍‍ ହୋଇଯାଇଥିଲା। ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ୧୨୩ ରନ୍‍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲ୍‍ ଉଡ୍‍ ୩ଟି ୱିକେଟ୍‍ ନେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories