www.samajalive.in
Friday, December 12, 2025
14.1 C
Bhubaneswar

ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆସନ୍ତାକାଲି

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଗୁରୁବାର (ଆସନ୍ତକାଲି) ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍‍ ପମ୍ପେଓ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆସି ପହଞ୍ଚିବେ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍‍ସ ମାଟ୍ଟିସ୍‍ ଗୁରୁବାର ସକାଳେ ନୂଆଦିଲ୍ଲୀରେ ଆସି ପହଞ୍ଚିବେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ନୂଆଦିଲ୍ଲୀରେ ଶ୍ରୀ ପମ୍ପେଓ ଓ ଶ୍ରୀ ମାଟ୍ଟିସ୍‍ଙ୍କ ସହ ଆଲୋଚନା କରିବେ।
ଆମେରିକାର ଉଭୟ ନେତା ଆସନ୍ତାକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ସଂପର୍କ ବୃଦ୍ଧି, ଆତଙ୍କବାଦ ଦମନ ଉପାୟ ଏବଂ ଏଚ ୧-ବି ଭିସା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଟ୍ରମ୍ପ୍‍ ପ୍ରଶାସନଙ୍କ ନିଷ୍ପତ୍ତି ଉପରେ ଭାରତର ଉଦ୍‍ବେଗ ପ୍ରସଙ୍ଗ ଗୁଡ଼ିକ ଏହି ବୈଠକରେ ଆଲୋଚନା ସମୟରେ ସ୍ଥାନ ପାଇବ। ଇରାନ୍‍ରୁ ଅଶୋଧିତ ତୈଳ ଆମଦାନୀ ଉପରେ ଆମେରିକାର କଟକଣା ଏବଂ ଭାରତ ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଆଲୋଚନା ପରିସରଭୁକ୍ତ ହେବାର ସମ୍ଭାବନା ରହିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories