www.samajalive.in
Thursday, December 11, 2025
16.1 C
Bhubaneswar

‘ଦେଶରେ ଗରିବଙ୍କ ସଂଖ୍ୟା ବଢିଛି’

ନୂଆଦିଲ୍ଲୀ : ଗତ ୮ବର୍ଷରେ ଦେଶରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଏକ ଖବର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଜର୍ମାନୀସ୍ଥିତ ଆଇଜେଡ୍‌ଏ ଶ୍ରମ ଅର୍ଥନୀତି ପ୍ରତିଷ୍ଠାନର ଗବେଷକ ସନ୍ତୋଷ ମେହରୋତ୍ରା ଓ ସହଯୋଗୀ ଯଯାତି କେଶରୀ ପରିଡାଙ୍କ ରିପୋର୍ଟ ଅନୁଯାୟୀ ଗତ ୮ବର୍ଷରେ ଭାରତରେ ଗରିବଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ତେନ୍ଦୁଲକର ଗରିବ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୭୬ ନିୟୁତକୁ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ଦେଶରେ କରୋନା ମହାମାରୀ ପୂର୍ବରୁ ମଧ୍ୟ ଏହି ସଂଖ୍ୟା ବଢ଼ି ଥିବା ଦର୍ଶାଯାଇଛି। ଏହି ରିପୋର୍ଟକୁ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସଂଯୋଗ (ଟ୍ୟାଗ୍‌) କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେତେବେଳେ ‘ଆଛେ ଦିନ୍‌’ ଆସିବ ବୋଲି କହୁଥିବା ଲୋକମାନେ କୁଆଡ଼େ ଗଲେ ବୋଲି ରାହୁଳ ପ୍ରଶ୍ନ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories