ନୂଆଦିଲ୍ଲୀ : ଦେଶର ୩୩ ଲକ୍ଷରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଥିରୁ ଅର୍ଦ୍ଧାଧିକ ୧୭.୭ ଲକ୍ଷ ଅତ୍ୟଧିକ ଅପପୁଷ୍ଟିର ଶିକାର ହୋଇଥିବା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କହିଛି। ଏକ ସୂଚନା ଅଧିକାର (ଆରଟିଆଇ) ଆବେଦନର ଉତ୍ତରରେ ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ବିହାର, ଗୁଜରାଟର ସର୍ବାଧିକ ଶିଶୁ ଅପପୁଷ୍ଟିରେ ପୀଡିତ ଅଛନ୍ତି । କରୋନା ମହାମାରୀ ଯୋଗୁଁ ଦେଶର ସ୍ବାସ୍ଥ୍ୟାବସ୍ଥା ବିପନ୍ନ ହୋଇପଡିଥିବାବେଳେ ଗରିବ ଲୋକମାନେ ଅପପୁଷ୍ଟିରେ ପୀଡିତ ହୋଇଛନ୍ତି। ପୋଷଣ ଟ୍ରାକ୍ ଆପ୍ ମାଧ୍ୟମରେ ୩୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ମନ୍ତ୍ରଣାଳୟ କହିଛି ଯେ ଦେଶର ୩୩.୨୩ ଲକ୍ଷ ଶିଶୁ ଅପପୁଷ୍ଟିର ଶିକାର । ୨୦୨୧ ବିଶ୍ବ କ୍ଷୁଧା ତାଲିକା (ଜିଏଚ୍ଆଇ)ରେ ଭାରତ ୧୦୧ ସ୍ଥାନକୁ ଖସିଆସିଛି। ୨୦୨୦ରେ ଭାରତ ଏହି ତାଲିକାର ୯୪ତମ ସ୍ଥାନରେ ରହିଥିଲା । ଏପରିକି ଭାରତ ବିଶ୍ବ କ୍ଷୁଧା ତାଲିକାରେ ପାକିସ୍ତାନ, ବାଂଲାଦେଶ ଓ ନେପାଳ ପଛକୁ ରହିଯାଇଛି।
Popular Categories



