www.samajalive.in
Sunday, December 14, 2025
15.1 C
Bhubaneswar

ସରଳୀକରଣ ହେବ ଆୟକର, ଆସିବ ସଂଶୋଧିତ ଫର୍ମ

ନୂଆଦିଲ୍ଲୀ : ଆର୍ଥିକବର୍ଷ ୨୦୧୯-୨୦ ଲାଗି ପରିବର୍ତ୍ତିତ ଆୟକର (ଆଇଟି) ରିଟର୍ଣ୍ଣ ଫର୍ମ ଆଣିବା ଲାଗି ଆୟକର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। କୋଭିଡ୍‌ -୧୯ ପାଇଁ ସରକାର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ବଢ଼ାଇ ଦେଇଛନ୍ତି । ଏହାକୁ ଆଧାର କରି ବିଭାଗ ପକ୍ଷରୁ ସଂଶୋଧିତ ଫର୍ମ ଜାରି କରାଯିବ ବୋଲି ରବିବାର ସୂଚନା ଦିଆଯାଇଛି। ୨୦୧୯-୨୦ର ନୂଆ ଆଇଟି ରିଟର୍ଣ୍ଣ ଫର୍ମ ନେଇ ଚଳିତମାସ ଶେଷ ସୁଦ୍ଧା ବିଜ୍ଞପ୍ତି ଜାରି କରାଯିବ । ଟିକସ ଏବଂ ଅନ୍ୟ ଆଇନ ୨୦୨୦ ଅଧ୍ୟାଦେଶ ଦ୍ୱାରା ସରକାର ଆୟକର ଆଇନ ୧୯୬୧ ଅଧୀନରେ ବିଭିନ୍ନ ରିଟର୍ଣ୍ଣ ଦାଖଲ ଅବଧିକୁ ବଢାଇ ଦେଇଛନ୍ତି। ଜୁନ ୩୦ ଯାଏ ବିଭିନ୍ନ ବର୍ଗରେ ରିଟର୍ଣ୍ଣ ଦାଖଲ ସୁବିଧା ଉପଲବ୍‌ଧ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories