www.samajalive.in
Monday, December 8, 2025
14.1 C
Bhubaneswar

ସର୍ବନିମ୍ନସ୍ତରରେ ଅଶୋଧିତ ତୈଳ ଦର, ବ୍ୟାରେଲକୁ ୧୨ ଡ଼ଲାର

ଲଣ୍ଡନ୍‌ :  କରୋନା ପ୍ରଭାବ  ବିଶ୍ବର ଅଶୋଧିତ ତୈଳ କ୍ଷେତ୍ରକୁ ବିଶେଷ ପ୍ରଭାବିତ କରିଛି ।  ଫଳସ୍ବରୂପ ବିଶ୍ବ ବଜାରରେ ଅଶୋଧିତ ତୈଳ ୨୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି ।  ଆମେରିକୀୟ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ତୈଳ ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ଖସିଆସିଛି ।
ସୋମବାର ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୫.୮% ହ୍ରାସ ଘଟି ୨୬.୪୬ ଡଲାରକୁ ଖସିଛି। ସେହିଭଳି ଡବ୍ଲ୍ୟୁଟିଆଇ ତୈଳ ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ହ୍ରାସ ପାଇଛି ।  ଦିନର କାରବାର ମଧ୍ୟରେ ଏକ ସମୟରେ ଏହା ବ୍ୟାରେଲ ପିଛା ୧୧.୦୪ ଡଲାରକୁ ଖସିଆସିଥିଲା, ଯାହାକି ବିଗତ ୨୧ ବର୍ଷ ମଧ୍ୟରେ ସବୁଠାରୁ କମ୍। ଶେଷ ଥର ପାଇଁ ୧୯୯୮ରେ ଅଶୋଧିତ ତୈଳ ଏହି ସ୍ତରରେ ରହିଥିଲା ।  ଆଗକୁ ଆମେରିକୀୟ ତୈଳ ଦର ୧୦ ଡଲାରକୁ ଖସିଆସିବା ନେଇ ଆଶଙ୍କା​‌​‌ ପ୍ରକାଶ ପାଇଛି । ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପର ଫଳସ୍ବରୂପ ବଜାରରେ ତୈଳ ଚାହିଦାରେ ବହୁଗୁଣ ହ୍ରାସ ଘଟିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories