www.samajalive.in
Saturday, December 6, 2025
15.1 C
Bhubaneswar

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ, କନେଷ୍ଟବଳ

କଲମପୁର : ଏକ ବଜ୍ରପାତ ଜନିତ ମୃତ୍ୟୁ ପରେ ପରିବାରକୁ ମିଳିଥିବା ସରକାରୀ ସହାୟତାର ଭାଗବଣ୍ଟାକୁ ନେଇ ହେଇଥିବା ଅଭିଯୋଗର ସମାଧାନ କରିବାକୁ ଯାଇ ପୁଲିସ ଏଏସଆଇ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଭଳି ଘଟଣା ଏବେ ସମଗ୍ର କଳାହାଣ୍ଡିରେ ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୁଚନା ଅନୁସାରେ, କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନସ୍ଥ ସାନଦେର୍ଲା ଗ୍ରାମର ୩୭ ବର୍ଷିୟ ଧନମଣୀ ନାଏକଙ୍କ ଗତ ୧୨.୧୦.୨୦୧୯ ଦିନ ନିଜ ଏକ ଶିଶୁ ସନ୍ତାନ ସହିତ ନିଜ ଚାଷ ଜମିରେ ଥିବା ବେଳେ ହଠାତ୍‍ ବଜ୍ରପାତ ହେବା ଦ୍ୱାରା ମୃତ୍ୟୁ ଘଟିଥିଲା। ବଜ୍ରପାତ ଜନିତ ମୃତ୍ୟୁ ଯୋଗୁଁ ସରକାରଙ୍କ ବିପର୍ଯୟ ପ୍ରଶମନ ବିଭାଗ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଟଙ୍କାକୁ ମୃତ ଧନ ମଣୀର ତିନି ପତ୍ନୀଙ୍କ ମଧ୍ୟରେ ଭାଗ ବଣ୍ଟା ନେଇ ବିବାଦ ଦେଖା ଦେଇଥିଲା ଓ ଏନେଇ ମୃ ଧନମଣୀର ଦ୍ୱିତୀୟ ପତ୍ନୀର ପୁଅ ଭୁବନେଶ୍ୱର ନାଏକ ରାମପୁର ଥାନାରେ ଲିଖିଚ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ। ଏହି ଅପମୃତ୍ୟୁ ମାମଲା ଏ.ଏସ.ଆଇ ସୁମେଶ୍ୱର ବାଗ ତଦନ୍ତ କରିଥିବାରୁ ଥାନା ତରଫରୁ ତାଙ୍କୁ ସମାଧାନ ପାଇଁ ଦାଇତ୍ୱ ଦିଆଯାଇଥିଲା। ଶ୍ରୀ ବାଗ ସମସ୍ତ ପକ୍ଷଙ୍କୁ ଡାକି ସମାଧାନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପ୍ରଥମ ପତ୍ନୀଙ୍କ ପୁଅ ପବିତ୍ର ଏଥିରେ ଅରାଜି ହେଇଥିଲା। ପରବର୍ତି ସମୟରେ ଭିଜିଲେନ୍ସର ଦ୍ୱାରସ୍ଥ ହେଇ ଏ.ଏସ.ଆଇ ୫୦ ହଜାର ଟଙ୍କା ଦାବି କରୁଥିବା ନେଇ ଅଭିଯୋଗ କରିଥିଲା। ଏହି ଅଭିଯୋଗକୁ ଭିତି କରି କଳାହାଣ୍ଡି ଭିଜିଲେନ୍ସ ଡ.ଏସ.ପି ସତ୍ୟବାନ ମହାନ୍ଦଙ୍କ ନେତୃତ୍ୱରେ ଏକ ଦଳ ଥାନା ଉପରେ ଚଢାଉ କରିବା ସହଏ.ଏସ.ଆଇ ଶ୍ରୀ ବଗଙ୍କ ସମେତ କନେଷ୍ଟବଲ ଦୁର୍ଯ୍ୟୋଧନ ଶବରଙ୍କୁ ଗିରଫ କରିଛନ୍ତି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲେନ୍ସ ଡି.ଏସ.ପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories