www.samajalive.in
Saturday, December 6, 2025
26.1 C
Bhubaneswar

କ୍ରିକେଟ ଗ୍ରାଉଣ୍ଡ ପରେ ଏବେ ପରଦାରେ ନଜର ଆସିବେ ହରଭଜନ; ସାମ୍ନାକୁ ଆସିଲା ଫିଲ୍ମର ପୋଷ୍ଟର

ମୁମ୍ବଇ: କ୍ରୀଡ଼ା କ୍ଷେତ୍ରରେ ଅଦମ୍ୟ ସଫଳତା ହାସଲ କରିବା ପରେ ଏବେ ଅଭିନୟ କ୍ଷେତ୍ରକୁ ଓହ୍ଲାଇଛନ୍ତି ଲୋକପ୍ରିୟ ଭାରତୀୟ କ୍ରିକେଟର୍‍ ହରଭଜନ ସିଂହ। ସାମାଜିକ ଗଣମାଧ୍ୟମରେ ହରଭଜନ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି। ଏହା ଏକ ତାମିଲ ଚଳଚ୍ଚିତ୍ର ଓ ଏହାର ନାଁ ରହିଛି ‘ଫ୍ରେଣ୍ଡସିପ୍‍’।

ଏହି ପୋଷ୍ଟରରେ ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ସହ ହରଭଜନ ନଜର ଆସିଛନ୍ତି। ହରଭଜନଙ୍କ ଏହି ପ୍ରଥମ ଫିଲ୍ମରେ ଜନ ପଲ ରାଜ ଏବଂ ଶ୍ୟାମ ସୂର୍ୟ୍ୟା ନିର୍ଦେଶନା ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ଏହା ମୁକ୍ତିଲାଭ କରିବ। ରିଲିଜ ହୋଇଥିବା ପୋଷ୍ଟରରେ ହରଭଜନ କିଛି ଭାବୁଥିବା କିମ୍ବା କାହାର କଥା ଶୁଣୁଥିବାର ନଜର ଆସୁଥିବା ବେଳେ ଅନ୍ୟପଟେ ଆକ୍ସନ କିଙ୍ଗ ଅର୍ଜୁନ ଆଗ୍ରେସିଭ୍‍ ଲୁକରେ ନଜର ଆସିଛନ୍ତି।

 

View this post on Instagram

 

#friendshipmovie ??

A post shared by Harbhajan Turbanator Singh (@harbhajan3) on

- Advertisement -

ସୂଚନା ମୁତାବକ, ହରଭଜନ ଟିମ ଇଣ୍ଡିଆ ପାଇଁ ୨୦୧୬ ମସିହାରେ ଶେଷ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଟି୨୦ ମ୍ୟାଚ ଖେଳିଥିଲେ। ଗତ ୪ବର୍ଷ ହେବ ସେ ଭାରତୀୟ କ୍ରିକେଟ ପାଇଁ କୌଣସି ବି ସିରିଜ ଏବଂ ମ୍ୟାଚ ଖେଳିନାହାନ୍ତି। ଟିମ୍‍ ଇଣ୍ଡିଆ ପକ୍ଷରୁ ହରଭଜନ ମ୍ୟାଚ୍‍ ଖେଳୁ ନ ଥିଲେ ମଧ୍ୟ ଆଇପିଏଲରେ ଚେନ୍ନଇ ସୁପର୍‍ କିଙ୍ଗ୍‍ସ(ସିଏସକେ) ପାଇଁ ସେ ଖେଳି ଆସୁଛନ୍ତି। କିନ୍ତୁ କରୋନା ମାହାମାରୀ କାରଣରୁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories