www.samajalive.in
Saturday, December 6, 2025
19.1 C
Bhubaneswar

ସ୍କୁଲ ନାମଲେଖା ନିର୍ଦେଶ ପ୍ରତ୍ୟାହାର ଦାବିରେ ମୁଖ୍ୟଶାସନ ସଚିବଙ୍କୁ ଅଭିଭାବକ ମହାସଂଘର ଚିଠି

ଭୁବନେଶ୍ୱର: ଓଡିଶାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହି ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଚତୁର୍ଥ ପର୍ୟ୍ୟାୟରେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଏବେ ଓଡ଼ିଶାର ତିରିଶଟି ଜିଲ୍ଲା ଆକ୍ରାନ୍ତ। ମୁଖ୍ୟମନ୍ତ୍ରୀ ଜନସାଧାରଣ ମାନଙ୍କୁ ଏ ସଂକ୍ରାନ୍ତରେ ସମ୍ବୋଧନ କରି ସଚେତେନ କରାଇବା ସହ ଆଗକୁ ବହୁତ ଅସମ୍ଭବ ପରିସ୍ଥିତି ପାଇଁ ସଜାଗ ରହିବା ଆହ୍ୱାନ ଦେଇଛନ୍ତି । ତା’ ସହିତ କଠୋର ନିଷ୍ପତି ନେଇ ସପ୍ତାହରେ ଦୁଇଦିନ ଏଗାରଟି ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାସହିତ ଓଡ଼ିଶାରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ଏହା ଜୀବିକା ଉପରେ ପ୍ରଭାବ ପକାଇଲେ ମଧ୍ୟ କରୋନା ମୁକାବିଲାରେ ସହାୟକ ହୋଇପାରିବ। ସେହିପରି ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦେଶରେ ବରିଷ୍ଠ ନାଗରିକ ଓ ଦଶ ବର୍ଷ ପର୍ୟ୍ୟନ୍ତ ପିଲାଙ୍କୁ ବାହାରକୁ ସମ୍ପୂର୍ଣ ବାରଣ କରାଯାଇଛି। ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତିକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିଥିଲା। ଅପରପକ୍ଷରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାକୁ ଆଳ କରି ବେସରକାରୀ ବିଦ୍ୟାଳୟମାନେ ନାମଲେଖା ନାମରେ ଅଭିଭାବକ ମାନଙ୍କୁ ଶୋଷଣ କରିବେ, ପୁଣି ନାମଲେଖା ପରେ ମାସିକ ଫି ମାଗିବେ ଏଥିପାଇଁ ରି-ଆଡ଼ମିସନ ନାମରେ ଲୁଟ କରିବେ। ଏହାକୁ ରୋକିବା ଅସମ୍ଭବ ହୋଇପଡିବ ବୋଲି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଶ୍ରୀ ଭଟ୍ଟ ମୁଖ୍ୟ ସାଶନସଚିବ ଅସିତ ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସାଶନସଚିବ ଚିତ୍ରା ଆରୁମୁଗମଙ୍କୁ ଚିଠି ଲେଖିବା ସହି ସେମାନେ ଜାରି କରିଥିବା ନିର୍ଦେଶକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ଶିକ୍ଷା ବର୍ଷ ଓ ପାଠ୍ୟକ୍ରମ ଘୋଷଣା କଲାପରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନିଆଯିବା ଦରକାର ବୋଲି ସହଯୋଗୀ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories