www.samajalive.in
Saturday, December 6, 2025
19.1 C
Bhubaneswar

ବାଣୀବିହାର ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା, ୩ଟି ବିଭାଗ ସିଲ୍‌ କଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ବାଣୀବିହାର ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧ୍ୟାପିକା ଝିଅ ସଂସ୍ପର୍ଶରେ ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅଧ୍ୟାପିକା କାର୍ଯ୍ୟ କରୁଥିବା ଅଫିସ ସମତେ ସମ୍ପୃକ୍ତ କୋଠାର ଅନ୍ୟ ଦୁଇଟି ବିଭାଗକୁ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସିଲ୍‌ କରି ଦିଆଯାଇଛି।
କରୋନା ସଂକ୍ରମଣ ଆଶଙ୍କାରେ ଉତ୍କଳ ବିଶ୍ବବିଦ୍ୟାଳୟର ଗୋଟିଏ କୋଠାର ୩ଟି ବିଭାଗକୁ ସିଲ୍‌ କରିଦିଆଯାଇଛି। ଏହି କୋଠାରେ କାର୍ଯ୍ୟରତ ଜଣେ ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛି। ଝିଅ ସଂସ୍ପର୍ଶରେ ଅଧ୍ୟାପିକା ଜଣକ ଆସିଥିଲେ। ଆଜି ନିଜ ବିଭାଗକୁ ଆସି କାମ କରିବା ସହିତ ଝିଅ କରୋନା ଆକ୍ରାନ୍ତ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟାପିକା ଜଣକ କାର୍ଯ୍ୟ କରୁଥିବା କୋଠାର ତିନୋଟି ବିଭାଗକୁ ୭ଦିନ ପାଇଁ ସିଲ୍‌ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ବାଣୀବିହାର ୩ଟି ବିଭାଗ ସିଲ୍‌ କରାଯାଇଛି। ଜଣେ କର୍ମଚାରୀ କରୋନା ସଂସ୍ପର୍ଶରେ ଆସିବା ପରେ ପଦକ୍ଷେପ ନିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଗୋଟିଏ କୋଠାରେ ଥିବା ଇଂରାଜୀ, ଦର୍ଶନଶାସ୍ତ୍ର ଓ ଅର୍ଥଶାସ୍ତ୍ର ବିଭାଗକୁ ସିଲ୍‌ କରାଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories