ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି
ଭୁବନେଶ୍ଵର : ରାଜ୍ୟରେ ସୋମବାର ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Another 203 #COVID19 patients have recovered and are being discharged on 29.6.2020.
60 from Ganjam
20 from Gajapati
19 from Khurdha
18 from Cuttack
14 from Bhadrak
13 from Keonjhar
12 from Nayagarh
10 from Mayurbhanj
9 from Jajpur
8 from Balasore
7 from Kendrapara
(1/2)— H & FW Dept Odisha (@HFWOdisha) June 29, 2020
ଆଜି ଗଞ୍ଜାମ ଜିଲାରୁ ସର୍ବଧିକ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୩, ନୟାଗଡରୁ ୧୨ ଓ ୟୂରଭଞ୍ଜରୁ ୧୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଯାଜପୁରରୁ ୯, ବାଲେଶ୍ବରରୁ ୮ ଓ କେନ୍ଦ୍ରାପଡାରୁ ୭ ଜଣ ସୁସ୍ଥ ହୋଇଛନ୍ତି।
4 from Angul
3 from Dhenkanal
2 each from Bolangir & Jagatsinghpur
1 each from Deogarh & SundargarhThe total recovered cases of #Odisha now stand at 4946.
(2/2)— H & FW Dept Odisha (@HFWOdisha) June 29, 2020
ସେହିପରି ଅନୁଗୋଳ ଜିଲାରୁ ୪ଜଣ, ଢେଙ୍କାନାଳରୁ ୩ ଜଣ, ବଲାଙ୍ଗୀର ଏବଂ ଜଗତସିଂହପୁରରୁ ୨ଜଣ ଲେଖାଏଁ ଏବଂ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ କରୋନା ଆରୋଗ୍ୟ ହାର ୬୯.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ୦.୩୯% ରହିଛି। ରାଜ୍ୟରେ କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହୋଇଛି।
Comments are closed.