www.samajalive.in
Saturday, December 6, 2025
14.1 C
Bhubaneswar

ସରକାରଙ୍କ ପରାମର୍ଶ ନେବି: ଗାଭାସ୍କର

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‍ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନେଇ ସେ ସରକାରଙ୍କ ପରାମର୍ଶ ନେବେ ବୋଲି ଭାରତୀୟ କ୍ରିକେଟ କିମଦନ୍ତୀ ସୁନୀଲ ଗାଭାସ୍କର କହିଛନ୍ତି। ନିକଟରେ ଗାଭାସ୍କରଙ୍କ ସହ ଭାରତୀୟ କ୍ରିକେଟର କପିଳ ଦେବ, ନବଜୋତ୍‍ ସିଂହ ସିଧୁ ଓ ବଲିଉଡ୍‍ ତାରକା ଆମିର ଖାଁଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଇମ୍ରାନ୍‍ ଖାଁ ଆମନ୍ତ୍ରଣ କରିଥିଲେ। ଗାଭାସ୍କର କହିଛନ୍ତି, ଇମ୍ରାନ୍‍ଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋର ଯିବା ଉଚିତ କି ନାହିଁ; ସରକାରଙ୍କଠାରୁ ପରାମର୍ଶ ଲୋଡ଼ିବି। ଇମ୍ରାନ୍‍ଙ୍କ ପାର୍ଟି କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି। ଔପଚାରିକ ଭାବେ ମୋତେ ନିମନ୍ତ୍ରଣ ଆସିନାହିଁ। ତେବେ ସରକାର ଅନୁମତି ଦେଲେ ସୁଦ୍ଧା ଯାଇପାରିବି କି ନାହିଁ; ତାହା କହିପାରିବି ନାହିଁ। ୧୪ ଓ ୧୫ରେ ଭାରତରେ ରହିବି। ୧୫ର ତ କଦାପି ଯାଇପାରିବି ନାହିଁ। ଏହିଦିନ ମୋ ମାଆଙ୍କର ୯୩ତମ ଜନ୍ମଦିନ। ସେହିଦିନ ସନ୍ଧ୍ୟାରେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ୍‍ର କମେଣ୍ଟ୍ରି ପାଇଁ ମୁଁ ଲଣ୍ଡନ୍‍ ଯିବି। ୧୯୯୨ରେ ପାକିସ୍ତାନ କ୍ରିକେଟ ବିଶ୍ୱକପ୍‍ ଚମ୍ପିଆନ୍‍ ହେବା ପରେ ଦଳର ସମ୍ପର୍ଦ୍ଧନା ଉତ୍ସବକୁ ମୋତେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ ଆମନ୍ତ୍ରଣ କରିଥିଲେ। ଏହି ଉତ୍ସବରେ ଯୋଗଦେଇ ୯ ବର୍ଷ ତଳେ ଆମେ ଜିତିଥିବା ବିଶ୍ୱକପ୍‍ର ସ୍ମୃତି ତାଜା ହୋଇ ଯାଇଥିଲା। ସୂଚନାଯୋଗ୍ୟ; ଇମ୍ରାନ୍‍ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନେଇ କପିଳ ଦେବ କହିଛନ୍ତି ଯେ ଫୋନ୍‍ରେ ତାଙ୍କୁ ନିମନ୍ତ୍ରଣ ମିଳିଛି। ତେବେ ଯଦି ଔପଚାରିକ ଭାବେ ଇ-ମେଲ୍‍ରେ ତାଙ୍କୁ ନିମନ୍ତ୍ରଣ କରାଯାଏ; ସେ ପାକିସ୍ତାନ ଯିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories