www.samajalive.in
Friday, December 12, 2025
15.1 C
Bhubaneswar

କାଶ୍ମୀର ପାଇଁ ଟ୍ରମ୍ପଙ୍କ ଶରଣ ପଶିଲେ ଇମ୍ରାନ

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ତାହା କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ଫଳରେ ଏହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣ ପଶିଛନ୍ତି। କାଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ ସେ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି। ଟ୍ରମ୍ପ ବି ସହାୟତା କରିବା ଲାଗି ପୂର୍ବ ଭଳି ଇଚ୍ଛା ପ୍ରକାଶ କରିଛନ୍ତି।

ସ୍ବିଜରଲାଣ୍ଡର ଡୋଭାସରେ ବିଶ୍ଵା ଆର୍ଥିକ ମଞ୍ଚ ବୈଠକ ଅବସରରେ ଇମ୍ରାନ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ କାଶ୍ମୀର ପାଇଁ ସହାୟତା କରିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ। ସାକ୍ଷାତ ପରେ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ, ଆମେ କାଶ୍ମୀର ସହିତ ଅନେକ ମାମଲାରେ ଆଲୋଚନା କରିଛୁ। ଭାରତ-ପାକିସ୍ତାନକୁ ନେଇ କାଶ୍ମୀର ପ୍ରସଙ୍ଗରେ ବିଚାର କରୁଛୁ। ଯଦି ମୁଁ ଏଥିରେ ସହାୟତା କରିପାରିବି, ତେବେ ନିଶ୍ଚୟ କରିବି। ସୂଚନାଯୋଗ୍ୟ, ଟ୍ରମ୍ପ ଏହା ପୂର୍ବରୁ ୨ ଥର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଉଦ୍ୟମ କରିଛନ୍ତି। କିନ୍ତୁ ଭାରତ ପକ୍ଷରୁ ତାହାକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ କାଶ୍ମୀର ଦ୍ବିପାକ୍ଷିକ ପ୍ରସଙ୍ଗ। ଏହା ଉପରେ କୌଣସି ୩ୟ ପକ୍ଷ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories