www.samajalive.in
Saturday, December 6, 2025
15.1 C
Bhubaneswar

ଇମ୍ରାନଙ୍କୁ କଲ୍‍ କରି ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପାକିସ୍ତାନ ସାଧାରଣ ନିର୍ବାଚନରେ ବହୁମତ ପାଇନଥିଲେ ବି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଅନ୍ୟ ସହଯୋଗୀଙ୍କ ସହ ମିଶି ଇମ୍ରାନ ଖାନଙ୍କ ତେହରିକ ଏ ଇନ୍‍ସାଫ (ପିଟିଆଇ) ସରକାର ଗଠନ କରିବାକୁ ଯାଉଛି। ଏହି କ୍ରମରେ ଇମ୍ରାନ ଖାନ ଅଗଷ୍ଟ ୧୧ରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଇମ୍ରାନ ଖାନଙ୍କ ଏହି ବିଜୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍‍ କଲ୍‍ କରି ଅଭିନନ୍ଦନ ଜଣାଇଛନ୍ତି। ସୋମବାର ସନ୍ଧ୍ୟାରେ ଫୋନ୍‍ରେ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମ୍ରାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ତାଙ୍କ ନେତୃତ୍ୱରେ ପାକିସ୍ତାନର ଗଣତନ୍ତ୍ର ଚେର ଅଧିକ ମଜଭୁତ ହେବ ଏବଂ ପାକିସ୍ତାନ ବିକାଶ ପଥରେ ଆଗେଇ ଚାଲିବ ବୋଲି ଆଶା କରୁଛୁ।
ଉଲ୍ଲେଖ ଯେ ଜୁଲାଇ ୨୫ ସାଧାରଣ ନିର୍ବାଚନରେ ପାକିସ୍ତାନ ତେହରିକ ଏ ଇନସାଫ (ପିଟିଆଇ) ଏକକ ସଂଖ୍ୟାଗରିଷ୍ଠ ଦଳ ବିବେଚିତ ହୋଇଛି। ଏବେ ବି ସରକାର ଗଠନ ପାଇଁ ପିଟିଆଇ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ପାକିସ୍ତାନରେ ସରକାର ଗଠନ ପାଇଁ ୧୭୨ ଆସନ ଆବଶ୍ୟକ। ପାକିସ୍ତାନର ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେବ୍ଲିଂ (ଜାତୀୟ ସଂସଦ)ର ୧୭୨ ଆସନରେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥାଏ। ୨୭୨ ଆସନରୁ ୧୩୭ ଆସନ ଜିତିଥିବା ଦଳ ସରକାର ଗଠନ କରିଥାଏ। ବାକି ୭୦ ଆସନରୁ ୬୦ ମହିଳା ଏବଂ ୧୦ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି। ଚଳିତ ନିର୍ବାଚନରେ ପିଟିଆଇ ୧୧୬ ଆସନ ଜିତିଛି। ସରକାର ଗଠନ ପାଇଁ ପିଟିଆଇ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories