www.samajalive.in
Saturday, December 13, 2025
23.1 C
Bhubaneswar

ଇମ୍ରାନ୍‍ଙ୍କୁ ନିମନ୍ତ୍ରଣ କରିବେ ଭାରତ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଥିବା ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ୍‍ଙ୍କୁ ଔପଚାରିକ ଆଲୋଚନା ପାଇଁ ଭାରତର ଉଚ୍ଚାୟୁକ୍ତ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଆମେରିକା, ରୁଷିଆ, ଇରାନ୍‍, ସାଉଦି ଆରବ, ଇଂଲଣ୍ଡ ଓ ସଂଯୁକ୍ତ ଆରବ ଏମିରଟର ଉଚ୍ଚାୟୁକ୍ତମାନେ ଇମ୍ରାନ୍‍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି।
ଆଲୋଚନା ବେଳେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆ ମୁଖ୍ୟତଃ ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଥିବା ଏଲଇଟି ଓ ଜେଇଏମ୍‍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ପାକିସ୍ତାନ ସେନା ଦ୍ୱାରା ଇମ୍ରାନ୍‍ ଖାନ୍‍ ପରିଚାଳିତ ହେଉଥିବା ଅଭିଯୋଗ ହେଉଥିବା ବେଳେ ଭାରତ ସହିତ ଆଗାମୀ ଦିନରେ ଦ୍ୱିପାକ୍ଷିକ ସମ୍ପର୍କରେ ସେତେଟା ସୁଧାର ଆସି ନ ପାରେ ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଇମ୍ରାନ୍‍ଙ୍କ ସହିତ ଭାରତର ଔପଚାରିକ ଆଲୋଚନାକୁ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଉଛି। ଇମ୍ରାନ୍‍ଙ୍କୁ ଅଭିନନ୍ଦନ ବାର୍ତ୍ତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂଆ ଯୁଗ ଆରମ୍ଭ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅପରପକ୍ଷରେ ଭାରତ ଗୋଟିଏ ପାଦ ଆଗେଇଲେ ପାକିସ୍ତାନ ଦୁଇ ପାଦ ଆଗେଇବ ବୋଲି ଇମ୍ରାନ୍‍ ଖାନ୍‍ କହିଥିଲେ। ଆଲୋଚନା ବେଳେ ଇମ୍ରାନ୍‍ କାଶ୍ମୀର ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି।
ଆସନ୍ତା ୧୩ ତାରିଖରେ ପାକିସ୍ତାନର ବିଭିନ୍ନ ଜେଲ୍‍ରେ ବନ୍ଦୀ ଥିବା ୩୦ ଜଣ ମତ୍ସ୍ୟଜୀବୀଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବ ବୋଲି ପାକିସ୍ତାନ ସରକାର ନେଇଥିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories