www.samajalive.in
Sunday, December 14, 2025
23.1 C
Bhubaneswar

କରତାରପୁର କରିଡର ଶିଳାନ୍ୟାସ ପାଇଁ ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରତାରପୁର କରିଡର ଶିଳାନ୍ୟାସ ପାଇଁ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ତଥା କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୨୮ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ନଭେମ୍ବର ୨୬ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ନବଜୋତ ସିଂ କରତାରପୁର କରିଡର ଶିଳାନ୍ୟାସର ଉଦଘାଟନ କରିବାର ଯୋଜନା ରହିଛି। ପୂର୍ବରୁ ନବଜୋତ ସିଂ ସିଦ୍ଧୁ ଏହି କରିଡର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟୁଇଟ୍‍ କରି ଧନ୍ୟବାଦ ଜଣାଇଥିଲେ। ସେ ଲେଖିଥିଲେ ଇମ୍ରାନ ଖାନ ଧନ୍ୟବାଦ। ଏଭଳି ସକରାତ୍ମକ ପଦକ୍ଷେପ ମାନବତାର ପରିଚୟ ସୃଷ୍ଟି କରିଛି।
ପୂର୍ବରୁ ନବଜୋତ ସିଂହ ସିଦ୍ଧୁ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ଯାଇଥିଲେ। ଏହି ସମୟରେ ସେ ପାକିସ୍ତାନ ସେନା ମୁଖ୍ୟଙ୍କୁ ମିଶିବାକୁ ନେଇ ସିଦ୍ଧୁଙ୍କୁ କଡା ସମାଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଶିଖ୍‍ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତି ଅବସରରେ କରତାରପୁର କରିଡର ନିର୍ମାଣ କରିବାକୁ ଭାରତର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କରିଡର ଦ୍ୱାରା ଲୋକମାନେ କରାତରପୁର ସାହିବ ଯିବାକୁ ସୁବିଧା ମିଳିବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories