www.samajalive.in
Sunday, December 14, 2025
26.1 C
Bhubaneswar

ପାର୍ଲାମେଣ୍ଟ କମିଟିରେ ବିକ୍ରମସିଙ୍ଘେ ଦଳର ବିଜୟ

କଲମ୍ବୋ : ଶ୍ରୀଲଙ୍କାର ବିତାଡିତ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କ ଦଳ ପାର୍ଲାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ନିଜର ନିୟନ୍ତ୍ରଣ ହାସଲ କରିଛି। ପାର୍ଲାମେଣ୍ଟ କମିଟି ଉପରେ ବିକ୍ରମସିଙ୍ଘେଙ୍କ ନିୟନ୍ତ୍ରଣ ଦ୍ୱାରା ରାଷ୍ଟ୍ରପତି ମୈତ୍ରୀପାଳ ଶିରୀସେନା ଓ ତାଙ୍କ ମନୋନୀତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ପାର୍ଲାମେଣ୍ଟ ଅଧିବେଶନ କାଳରେ ଶିରୀସେନାଙ୍କ ୟୁନାଇଟେଡ ପିପୁଲ୍ସ ଫ୍ରିଡମ୍‍ ଆଲାଏନ୍ସ (ୟୁପିଏଫଏ) ବାଚସ୍ପତିଙ୍କ କମିଟି ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। ଶିରୀସେନାଙ୍କ କକ୍ଷତ୍ୟାଗ ସତ୍ତ୍ବେ ବାଚସ୍ପତି କମିଟି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ। ପରେ ବାଚସ୍ପତି ବିକ୍ରମସିଙ୍ଘେଙ୍କ ୟୁନାଇଟେଡ ନ୍ୟାସନାଲ ଫ୍ରଣ୍ଟ (ୟୁଏନଏଫ)ର ୫ ଜଣ , ତାମିଲନାଡୁ ନ୍ୟାସନାଲ ଆଲାଏନ୍ସ (ଟିଏନଏ) ଜଣେ ଓ ଜନତା ବିମୁକ୍ତି ପେରାମାରୁ (ଜେଭିପି)ରୁ ଜଣେ ଲେଖାଏଁ କମିଟିରେ ନିଯୁକ୍ତି ଦେଇଥିଲେ। ୧୨ଜଣିଆ କମିଟିରେ ବିକ୍ରମସିଙ୍ଘେଙ୍କ ମେଣ୍ଟରୁ ୭ଜଣ ନିଯୁକ୍ତି ପାଇଥିବାବେଳେ ଶିରୀସେନାଙ୍କ ଦଳରୁ ୫ଜଣ ନିଯୁକ୍ତି ପାଇଛନ୍ତି। ଅକ୍ଟୋବର ୨୬ରେ ରାଷ୍ଟ୍ରପତି ଶିରୀସେନା ଆସ୍ୱାଭାବିକ ଭାବେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେଙ୍କୁ ହଟାଇ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏହା ପରଠାରୁ ଦେଶରେ ଅଚଳାବସ୍ଥା ଦେଖାଯାଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories