www.samajalive.in
Sunday, December 14, 2025
19.1 C
Bhubaneswar

ଜଷ୍ଟିସ ଶୁକ୍ଳାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁୁ ପ୍ରଧାନବିଚାରପତିଙ୍କ ଚିଠି

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ନାରାୟଣ ଶୁକ୍ଲାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ପ୍ରମୁଖ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଅାରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିଜର ଏକ ପୀଠ ଦ୍ବାରା ଦିଆଯାଇଥିବା ରାୟରେ ଜଷ୍ଟିସ ଶୁକ୍ଲା ନିଜେ କିଛି ସଂଶୋଧନ କରିଥିଲେ। ଏଥିନେଇ ତାଙ୍କୁ ପଦରୁ ବହିଷ୍କାର କରିବାକୁ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ସୁପାରିସ କରିଥିଲେ। ୨୦୧୮ ଜାନୁଆରୀ ୨୨ରେ ଜଷ୍ଟିସ ଶୁକ୍ଲାଙ୍କଠାରୁ ବିଚାରବିଭାଗୀୟ କାର୍ଯ୍ୟ କରିବାର ଅଧିକାର କାଢି ନିଆଯାଇଥିଲା। ତେବେ ବିଚାର ବିଭାଗୀୟ କାର୍ଯ୍ୟ ସମ୍ପାଦନ ନେଇ ପୁନଃ ଅନୁମତି ପ୍ରଦାନ କରିବାକୁ ଜଷ୍ଟିସ ଶୁକ୍ଲା ଆହ୍ଲାବାଦ ହାଇକୋର୍ଟଙ୍କ ମାଧ୍ୟମରେ ପ୍ରଧାନବିଚାରପତିଙ୍କୁ ୨୦୧୯ ମେ’ ୨୩ରେ ଏକ ଚିଠି ଲେଖିଥିଲେ। ପ୍ରଧାନ ବିଚାରପତି ତାହାକୁ ପ୍ରତ୍ୟାଖ୍ୟାନ କରିଦେବା ସହିତ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଉଲ୍ଲେଖ ଯେ ୨୦୧୭ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ଆଡଭୋକେଟ ଜେନେରାଲ ରାଘବେନ୍ଦ୍ର ସିଂହ ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ। ଏକ ମେଡିକାଲ କଲେଜକୁ ଅନୁକମ୍ପାପୂର୍ବକ ଜଷ୍ଟିସ ମିଶ୍ର ଛାତ୍ରଛାତ୍ରୀ ନାମ ଲେଖାଇବା ନେଇ ସମୟସୀମା ବୃଦ୍ଧି ନିମନ୍ତେ ନିଜେ ଏକ ରାୟରେ କିଛି ସଂଶୋଧନ କରିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ତଦନ୍ତ ଲାଗି ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟବିଚାରପତି ଇନ୍ଦିରା ବାନାର୍ଜୀ (ବର୍ତ୍ତମାନ ସୁପ୍ରିମକୋର୍ଟ ବିଚାରପତି), ସିକ୍କିମ ହାଇକୋର୍ଟର ତତ୍‌କାଳୀନ ମୁଖ୍ୟ ବିଚାରପତି ଏସ. କେ. ଅଗ୍ନିହୋତ୍ରୀ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ପି. କେ. ଜୟସ୍ବାଲଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଅଭିଯୋଗ ଅନୁସାରେ ଜଷ୍ଟିସ ଶୁକ୍ଲା ଜଣେ ବିଚାରପତି ପଦମର୍ଯ୍ୟାଦା ବିରୋଧୀ କାର୍ଯ୍ୟ କରିଥିବା କମିଟି ଦର୍ଶାଇଥିଲା। ଏଣୁ ପଦରୁ ଇସ୍ତଫା ଦେବାକୁ ଅଥବା ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବାକୁ ପୂର୍ବତନ ପ୍ରଧାନ ବିଚାରପତି ମିଶ୍ର ତାଙ୍କୁ କହିଥିଲେ। କିନ୍ତୁ ଜଷ୍ଟିସ ଶୁକ୍ଲା ଏଥିରେ ସହମତ ହୋଇ ନ ଥିଲେ। ଫଳରେ ବିଚାରବିଭାଗୀୟ କାର୍ଯ୍ୟ କରିବା ନେଇ ତାଙ୍କଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିନେବା ସହ ପଦରୁ ହଟାଇବା ନିମନ୍ତେ ସମକାଳୀନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଧାନ ବିଚାରପତି ମିଶ୍ର ଆହ୍ଲାବାଦ ହାଇକୋର୍ଟର ତତ୍‌ସମୟର ମୁଖ୍ୟ ବିଚାରପତି ବି. ଭୋସଲେଙ୍କୁ ନିର୍ଦେଶ ଦେଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories