www.samajalive.in
Sunday, December 14, 2025
16.1 C
Bhubaneswar

ଜେଲ୍‌ରେ କଏଦୀଙ୍କୁ ହତ୍ୟା

ଚୌଦ୍ୱାର : ଚୌଦ୍ୱାର ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। କଏଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଜେଲ ଭିତରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେଲରେ ମୁତ୍ୟୁବରଣ କରିଥିବା କଏଦୀଙ୍କ ନା ରମେଶ ପ୍ରଧାନ(୪୬)। ତାଙ୍କ ଘର ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ମଠସାହିରେ। ରମେଶ ସପ୍ତାହକ ପରେ ଜେଲରୁ ମୁକୁଳିଥାନ୍ତେ। ଏହି ଘଟଣାରେ ଜେଲ ଅଧୀକ୍ଷକ ଜଣେ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି। ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟ କଏଦୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ୨୦୧୧ରେ ଏକ ହତ୍ୟାକାଣ୍ଡ ମାମଲାରେ ରମେଶ ପ୍ରଧାନ ଚୌଦ୍ୱାର ଜେଲରେ ସଜା କାଟୁଥିଲେ। ଆଜି ସକାଳ ୯ଟାରେ ରମେଶ ଜେଲ ବଗିଚାରେ ସଫେଇ କାର୍ଯ୍ୟ କରୁଥିଲେ। ଅନ୍ୟଜଣେ କଏଦୀ ଜଳଧର ସାମଲଙ୍କ ସେଠାରେ ପହଞ୍ଚି ରମେଶଙ୍କ ସହିତ
ପାଟିତୁଣ୍ଡ କରିଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ଜଳଧର ଧରିଥିବା ଫାଉଡାରେ ରମେଶର ବେକ ଓ ପେଟକୁ ଆକ୍ରମଣ କରିଥିଲେ। ରମେଶ ଗୁରୁତର ଭାବେ ଅବସ୍ଥାରେ ତଳେ ପଡିଯାଇଥିଲା। ଜେଲ କର୍ମଚାରୀ ରମେଶକୁ ଉଦ୍ଧାର କରି ବଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ରମେଶଙ୍କ ମୃତ୍ୟୁ ହେବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ଖବର ପାଇ ରମେଶଙ୍କ ମା’ ଉତ୍ତମା ପ୍ରଧାନ, ପୁଅ ବୁଲୁ ପ୍ରଧାନ ଓ ଭାଇ ମେଡିକାଲରେ ପହଞ୍ଚିଥିଲେ। ସେମାନେ ବଡ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ରମେଶଙ୍କ ମୃତ୍ୟୁ ହୋଇଥିବା ଜଣିିବାକୁ ପାଇଥିଲେ। ରମେଶର ମୃତ୍ୟୁକୁ ସହଜରେ ଗ୍ରହଣ କରି ନଥିଲେ ପରିବାର ଲୋକେ। ଜେଲ କର୍ତ୍ତୃପକ୍ଷ ଓ ଅନ୍ୟ କଏଦୀମାନେ ମିଶି ରମେଶକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। କିପରି ଭାବେ ରମେଶଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁ ସମୟରେ ସେଠାରେ କୌଣସି ସୁରକ୍ଷା କର୍ମୀ ଉପସ୍ଥିତ ରହିବା ଓ ଜଳଧର ସହ ରମେଶଙ୍କ କିଛି ପୂରୁଣା ଶତ୍ରୁତା ସଂକ୍ରାନ୍ତରେ ତଦନ୍ତ କରୁଛି ପୁଲିସ। ଜେଲ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ୱାଇଁ ଏ ଘଟଣାକୁ ନେଇ କାର୍ଯ୍ୟରତ ୱାର୍ଡର ବାସୁଦେବ ବାସ୍କେଙ୍କୁ ନିଲମ୍ବିତ କରିବା ସହ ୱାର୍ଡର ରମା ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆଜିର ଘଟଣା କେଉଁ କାରଣରୁ ଘଟିଲା ତାହା ଅସ୍ପଷ୍ଟ ଏବଂ ଅଧିକ ତଦନ୍ତ ପରେ ଏହା ଜଣା ପଡ଼ିବ ବୋଲି ଜେଲର ହେମନ୍ତ ସେଠୀ ପ୍ରକାଶ କରିଛନ୍ତି। ମାମଲାର ତଦନ୍ତ କରାଯାଇ ଆଇନ୍‍ ଅନୁଯାୟୀ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି। ପ୍ରକାଶ ଥାଉକି, ରମେଶର ପତ୍ନୀଙ୍କ ସହିତ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ପତ୍ନୀଙ୍କୁ ଧକ୍କା ଦେଇଥିଲେ। ଏହି ସମୟରେ ପାଖରେ ରହିଥିବା ଏକ କାଠ ଫାଳିଆ ପତ୍ନୀଙ୍କ ପେଟରେ ପସିଯିବାରୁ ପ୍ରଚୁର ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ରମେଶ ଚୌଦ୍ୱାର ଜେଲରେ ସଜା କାଟୁଥିଲେ। ଏହି ଅଘଟଣ ପରେ ଜେଲରେ ରହୁଥିବା କଏଦୀମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ଦୀଗରେ ପ୍ରଶ୍ନବାଚୀ ସୃଷ୍ଠି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories