ୱାଶିଂଟନ : ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) କୋଭିଡ-୧୯ ସଂକ୍ରମଣର ମୁକାବିଲା କରୁଥିବା ଦେଶଗୁଡ଼ିକୁ ସହାୟତା କରିବା ଲାଗି ୧ଲକ୍ଷ କୋଟି ଡଲାର ସମ୍ବଳିତ ଏହାର ଋଣ କ୍ଷମତାର ଉପଯୋଗ କରିବ। କୋଭିଡ-୧୯ ସଂକ୍ରମଣକୁ ଏକ ଅନନ୍ୟ ସଂକଟ ଭାବେ ବର୍ଣ୍ଣନା କରି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି, ଗ୍ରେଟ୍ ଡିପ୍ରେସନ ପରଠାରୁ ବିଶ୍ୱ ସମ୍ମୁଖୀନ ହୋଇଥିବା ସଂକଟଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଭୟଙ୍କର। ଶ୍ରୀମତୀ ଜର୍ଜିଏଭା ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କର ୱାଶିଂଟନରେ ଅନୁଷ୍ଠିତ ବାର୍ଷିକ
ବୈଠକରେ ଉଦ୍ବୋଧନ ଦେଇ ଜରୁରିକାଳୀନ ଆର୍ଥିକ ସହାୟତା ଦ୍ୱିଗୁଣିତ କରିବା ବିଷୟରେ କହିଛନ୍ତି। ପୂର୍ବରୁ ଆଇ.ଏମ୍.ଏଫ୍. ବୋର୍ଡ ଏହାର ୨୫ଟି ଅତି ଦାରିଦ୍ର୍ୟ ସଦସ୍ୟ ରାଷ୍ଟ୍ରକୁ ଋଣ ରିହାତି ପ୍ରଦାନ ପାଇଁ
ଅନୁମୋଦନ କରିସାରିଛି। ଜି-୨୦ ଅର୍ଥମନ୍ତ୍ରୀମାନଙ୍କ ବୈଠକ ସମୟରେ ଗରିବ ଦେଶଗୁଡ଼ିକୁ ଅଳ୍ପ ସୁଧହାରରେ ଋଣ ପ୍ରଦାନକୁ ସଦସ୍ୟ ଦେଶମାନେ ସର୍ବସମ୍ମତି କ୍ରମେ ସମର୍ଥନ କରିଥିବାରୁ ଆଇଏମ୍ଏଫ୍ ମୁଖ୍ୟ ଏହା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି।
କରୋନା ମୁକାବିଲା : ୧ଲକ୍ଷ କୋଟି ଡଲାର ସହାୟତା ଦେବ ଆଇଏମ୍ଏଫ୍
Popular Categories



