www.samajalive.in
Saturday, December 6, 2025
16.1 C
Bhubaneswar

ଲା-ନିନା ଦୁର୍ବଳ, ଚଳିତ ବର୍ଷ ଅସହ୍ୟ ଜାଡ଼: ଭରଚ୍ୟୁଆଲ କର୍ମଶାଳାରେ ସୂଚନା ଦେଲେ ପାଣିପାଗ ମହାନିର୍ଦେଶକ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରବଳ ଶୀତ ହେବ । ଏହି ଆକଳନ କରିଛି ପାଣିପାଗ ବିଭାଗ । ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଲା ନିନା ଦୁର୍ବଳ ଥିବାରୁ ଶୀତ ଅଧିକ ହେବ । ସେ କହିଛନ୍ତି ଯେ ଲା- ନିନା ଓ ଏଲ୍ – ନିନୋ ଶୀତଳ ତରଙ୍ଗକୁ ପ୍ରଭାବିତ କରିଥାଆନ୍ତି । ମାତ୍ର ଚଳିତ ବର୍ଷ ଲା- ନିନା ଦୁର୍ବଳ ଥିବାରୁ ଶୀତ ଅଧିକ ହେବ ବୋଲି ପୂର୍ବାନୁମାନ କରିଛନ୍ତି ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଦ୍ୱାରା ‘ଶୀତଳ ତରଙ୍ଗର ଆଶଙ୍କା ହ୍ରାସ’ ଉପରେ ଆୟୋଜିତ ଏକ ୱେବିନିନରକୁ ସମ୍ବୋଧିତ କରିବାବେଳେ ଶ୍ରୀ ମହାପାତ୍ର  କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ତାପମାତ୍ରାରେ ବୃଦ୍ଧି ଘଟାଇଥାଏ। ପ୍ରକୃତ କଥା ହେଉଛି ତାପମାତ୍ରା ବୃଦ୍ଧି ହେତୁ ପାଗ ଅନିୟମିତ ହୋଇଯାଏ। ଶୀତଳ ତରଙ୍ଗ ଅବସ୍ଥା ପାଇଁ ଲା-ନିନା ଅନୁକୂଳ ଥିବାବେଳେ ଏଲ୍ – ନିନୋ ଅବସ୍ଥା ଏହା ପାଇଁ ସହାୟକ ନୁହେଁ। ଲା-ନିନା ପ୍ରଶାନ୍ତ ମହାସାଗରରେ ଭୂପୃଷ୍ଠ ଜଳର ଥଣ୍ଡା ସହିତ ଜଡିତ ଥିବାବେଳେ ଏଲ୍ ନି​ନୋ ଏଥିପାଇଁ ଉପଯୋଗୀ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

- Advertisement -

ପ୍ରତିବର୍ଷ ପାଣିପାଗ ବିଭାଗ ମଧ୍ୟ ନଭେମ୍ବରରେ ଶୀତଳ ତରଙ୍ଗ (କୋଲ୍ଡ଼ ୱେଭ୍)ର ପୂର୍ବାନୁମାନ କରିଥାଏ । ଯେଉଁଥିରେ ଡ଼ିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଶୀତର ସ୍ଥିତି ଆକଳନ କରାଯାଇଥାଏ । ଗତବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା ଏବଂ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories