www.samajalive.in
Friday, December 5, 2025
26.1 C
Bhubaneswar

ଆଇଏଲଟି-୨୦ ନିଲାମରେ ସାମିଲ ହେ​‌ବେ ଅଶ୍ବିନ

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ ଓ ଆଇପିଏଲରୁ ଅବସର ନେବା ପରେ ଏବେ ଇଣ୍ଟରନ୍ୟାସନାଲ ଲିଗ୍‌ ଟ୍ବେଣ୍ଟି-୨୦ରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଅଶ୍ବିନ ଆଇଏଲ ଟ୍ବେଣ୍ଟି-୨୦ ଖେଳାଳି ନିଲାମ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଆଇଏଲ ଟ୍ବେଣ୍ଟି-୨୦ ଲିଗ୍‌ ଚତୁର୍ଥ ସଂସ୍କରଣ ଆସନ୍ତା ଡିସେମ୍ବର ୨ରୁ ୨୦୨୬ ଜାନୁଆରୀ ୪ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏଥିପାଇଁ ଖେଳାଳି ନିଲାମ ସେପ୍ଟେମ୍ବର ୩୦ରେ ହେବ। ନିଲାମରେ ସାମିଲ ପାଇଁ ନାମ ପଞ୍ଜୀକରଣର ଶେଷ ସମୟ ସେପ୍ଟେମ୍ବର ୧୦ ରହିଛି। ଉକ୍ତ ଲିଗ୍‌ରେ ପୂର୍ବରୁ ଅମ୍ବାତି ରାୟୁଡୁ, ରବିନ ଉଥପ୍ପା ଓ ୟୁସୁଫ ପଠାନ ଖେଳୁଛନ୍ତି। ଅଶ୍ବିନ ୨୦୨୪ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଅନୀଲ କୁମ୍ବଲେଙ୍କ ୬୧୯ ୱିକେଟ ପରେ ଅଶ୍ବିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ୫୩୭ଟି ୱିକେଟ ନେଇଛନ୍ତି।
୨୦୨୫ଆଇପିଏଲରେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳିଥିଲେ। ଅଶ୍ବିନ ଗତ ୨୭ରେ ଆଇପିଏଲରୁ ଅବସର ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories