ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବାଳି ବଜାର ନିକଟରୁ ଅବକାରୀ ବିଭାଗ ମଦ ବୋଝେଇ ଅଟୋକୁ ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅଭିଯୁକ୍ତର ନାଁ ସନ୍ତୋଷ ରଥ ଘର ଜଗତପୁର ବୋଲି ଜଣାପଡିଛି। ଜବତ ଅଟୋରେ ୧ଶହ ଲିଟର ଦେଶୀମଦ ରହିଥିଲା। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଠଗଡ ଓ ନରସିଂହପୁର ଅବକାରୀ କର୍ମଚାରୀମାନେ ଚଢାଉ କରି ମଦ ଜବତ କରିଥିଲେ। ଏଥିରେ ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ, ଦୁଷ୍ମନ୍ତ ବସନ୍ତରାୟ ଓ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ଚଢାଉରେ ଅଂଶଗ୍ରହଣ କରିଥିଲେ।
Popular Categories



