www.samajalive.in
Saturday, December 6, 2025
23.1 C
Bhubaneswar

ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ

ଲମତାପୁଟ: ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ନନ୍ଦପୁର ପୁଲିସ। ଯୁବକଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ ୨ ଗୋଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଯୁବକଙ୍କୁ କାବୁ କରୁଥିବା ସମୟରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଘଟଣାରେ ନନ୍ଦପୁର ଥାନାରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ଅଦାଲତ ଚାଲାଣ କରାଯାଇଛି। ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।

ଇଫ୍‌ତାର ପାର୍ଟିରେ ମୁନୱର ଫାରୁକୀଙ୍କୁ ଅଣ୍ଡାମାଡ଼; ରାଗି ନିଆଁ ହେଲେ କମେଡ଼ିଆନ୍‌, ଭିଡିଓ ଭାଇରାଲ୍


ନନ୍ଦପୁର ଥାନା ଅନ୍ତର୍ଗତ ହିକିମପୁଟ ଗାଁର ଯୋଗେନ୍ଦ୍ର ଖେମୁଣ୍ଡୁ ବେଆଇନ ପିସ୍ତଲ ରଖି କିଛି ଅପରାଧିକ ଘଟଣା ଭିଆଇବାକୁ ଯୋଜନା କରୁଥିଲେ। ଘଟଣା ସମ୍ପର୍କରେ ନନ୍ଦପୁର ପୁଲିସର ପାଟ୍ରୋଲିଂ ଦଳକୁ ସୂଚନା ମିଳିଥିଲା। ବୁଧବାର ସନ୍ଧ୍ୟାରେ ହିକିମପୁଟ ଗ୍ରାମରେ ପୁଲିସ ଦଳ ଚଢ଼ାଉ କରିଥିଲେ। ଯୋଗେନ୍ଦ୍ରଙ୍କ ଘର ତଲାସୀ କରିଥିଲେ। ତଲାସୀରେ ଯୋଗେନ୍ଦ୍ରଙ୍କ ନିକଟରୁ ଏକ ୭ ରାଉଣ୍ଡ ବିଶିଷ୍ଟ ପିସ୍ତଲ ସହ ଦୁଇଗୋଟି ଜୀବନ୍ତ ଗୁଳି ମିଳିଥିଲା। ତଲାସୀ ସମୟରେ ଦଳରେ ସାମିଲ ଥିବା ନନ୍ଦପୁର ଥାନା ମହିଳା କନଷ୍ଟେବଳ ସାବିତ୍ରୀ ହନ୍ତାଳଙ୍କୁ ଯୋଗେନ୍ଦ୍ର ଅସଭ୍ୟ ଆଚରଣ ସହ ଆକ୍ରମଣ କରିଥିଲେ। ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ନନ୍ଦପୁର ଥାନାରେ ବେଆଇନ ମାରଣାସ୍ତ୍ର ରଖିବା ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ମାମଲା ରୁଜୁ କରାଯାଇଛି। କେସ ନ ୫୦/୨୦୨୪ ପ୍ରକାରେ ଧାରା ୩୪୧/୨୯୪/ ୩୨୩/୩୩୨/ ୩୫୪/୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇ ବେଆଇନ ପିସ୍ତଲ ଜୀବନ୍ତ ଗୁଳି ଜବତ କରାଯାଇଛି। ଗୁରୁବାର ଯୋଗେନ୍ଦ୍ରଙ୍କୁ ଅଦାଲତ ଚାଲାଣ କରାଯାଇଛି। ଯୁବକଙ୍କ ଅପରାଧିକ ଯୋଜନା ଓ ପିସ୍ତଲର ଇତିହାସ ଜାଣିବାକୁ ତଦନ୍ତ କରାଯାଉଛି। ଆଗକୁ ନିର୍ବାଚନ ଥିବାରୁ କୌଣସି ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଗରୁ ଏଭଳି ମାରଣାସ୍ତ୍ର ଜବତ ଘଟଣା ନନ୍ଦପୁର ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories