www.samajalive.in
Saturday, December 6, 2025
15.1 C
Bhubaneswar

ଅସୁସ୍ଥ ଅଜଗର ଉଦ୍ଧାର,ଜଣେ ଅଟକ

ବାଙ୍କୀ : ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ସାହାଡାପଦାରେ ଶୁକ୍ରବାର ଜଣେ ଅପରିଚିତ ଅଜଣା ଲୋକ ଗୋଟିଏ ୭ଫୁଟ ଲମ୍ବର ଏକ ଅଜଗର ସାପକୁ କାନ୍ଧରେ ପକାଇ ବୁଲୁଥିବାର ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଓ ଦୁର୍ଗାମାଧବ ସେଠାରେ ପହଞ୍ଚି ସାପଟି ସମ୍ପର୍କରେ ପଚାରିବା ପରେ ଯୁବକର ଉତ୍ତର ସନ୍ଦେହ ଓ ଅସନ୍ତୋଷ ଜନକ ହେବାରୁ ତାକୁ ସ୍ଥାନୀୟ ଶିଶୁଆ ଫରେଷ୍ଟରଙ୍କ ନିକଟକୁ ଆଣିଥିଲେ। ଫରେଷ୍ଟର ପ୍ରିୟଦର୍ଶିନୀ ସେଠୀ ସାପଟି ଅସୁସ୍ଥ ଥିବାର ଜାଣିବାରୁ ସାପଟିକୁ ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ସ୍ୱରୂପ ରଞ୍ଜନ ମହାପାତ୍ର ଏବଂ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ ପ୍ରାଥମିକ ଚିକିତ୍ସାରୁ ସାପଟି ଗୁରୁତର ଅସୁସ୍ଥ ଥିବାରୁ ତାକୁ ତୁରନ୍ତ ଭୂବନେଶ୍ୱର ଓୟୁଏଟିକୁ ଅଧିକ ପରୀକ୍ଷା ପାଇଁ ନେବାକୁ ଫରେଷ୍ଟରଙ୍କୁ ପରାମର୍ଶ ଦେଇଥିଲେ। ସାପଟିର ମୁଣ୍ଡ ଏବଂ ବେକରେ ସେଲୋଟେପ୍‍ ଗୁଡାହୋଇଥିଲା ଏବଂ  ପ୍ରାୟ ଦୀର୍ଘଦିନ ହେବ ସାପଟି କିଛି ଖାଇନଥିବା ଡାକ୍ତର କହିଛନ୍ତି। ବେକରେ ସାପଗୁଡାଇ ବୁଲୁଥିବା ଯୁବକର ନାମ ଜଗନ୍ନାଥ ପ୍ରଧାନ ଘର ଯାଜପୁର ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜାଣିଥିବା ଫରେଷ୍ଟର କହିଛନ୍ତି। ସୂଚନା ଯୋଗ୍ୟ ଯେ ଦୀର୍ଘଦିନ ହେଲା ବାଙ୍କୀ ଅଞ୍ଚଳରେ ୬ରୁ ୭ଜଣ ବାହାର ଅଞ୍ଚଳର ସାପଧରାଳି ବୁଲି ସାପ ଧରି ବାହାରକୁ ଚାଲାଣ କରୁଥିବାର ବିଶେଷ ସୂତ୍ରରୁ ଖବର ମିଳିଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି। ଶିଶୁଆ ଫରେଷ୍ଟ କାର୍ଯ୍ୟାଳୟରେ ଜଗନ୍ନାଥକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ଫରେଷ୍ଟର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories