ଆଇଆଇଟି କାନପୁର: ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଦଳିତ ଶିକ୍ଷକଙ୍କ ପିଏଚଡି ରଦ୍ଦ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକି ପ୍ରତିଷ୍ଠାନ (ଆଇଆଇଟି) କାନପୁରର ଜଣେ ଦଳିତ ଶିକ୍ଷକ ୪ଜଣ ସହକର୍ମୀଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ କରିଥିବାରୁ ତାଙ୍କ ପିଏଚଡି ଥେସିସ ରଦ୍ଦ କରିବାକୁ ସୁପାରିଶ କରାଯାଇଥିବା ଜଣ ପଡିଛି।

ସମ୍ପୃକ୍ତ ଦଳିତ ଶିକ୍ଷକ ପାଠ ଚୋରି (ପ୍ଲାଗିଆରିଜିମ) କରିଥିବା ଅଭିଯୋଗ କରିଥିବା ୪ଜଣ ସହକର୍ମୀଙ୍କ ବିରୁଦ୍ଧରେ ଗତ ବର୍ଷ ନିର୍ଯ୍ୟାତନା ଏବଂ ଭେଦଭାବ ଅଭିଯୋଗ କରିଥିଲେ। ୨୦୧୫ ଅକ୍ଟୋବରରେ ଏକ ଅଜଣା ଇମେଲ ଜରିଆରେ ଦଳିତ ଶିକ୍ଷକ ସୁବ୍ରମଣ୍ୟମ ସଦରେଲାଙ୍କ ବିରୁଦ୍ଧରେ ପାଠ ଚୋରି (ପ୍ଲାଗିଆରିଜିମ) ଅଭିଯୋଗ କରାଯାଇଥିଲା ଏବଂ ପ୍ରତିଷ୍ଠାନର ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ସେହି ଇମେଲ ପଠାଯାଇଥିଲା। ତେବେ ଦୁଇ ମାସ ପରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚରେ ସମ୍ପୃକ୍ତ ଚାରି ଜଣ ଶିକ୍ଷକଙ୍କୁ ଦୋଷୀ ଦର୍ଶାଯାଇଥିଲା।

Comments are closed.