www.samajalive.in
Sunday, December 14, 2025
19.1 C
Bhubaneswar

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର, ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଏହା ସହିତ ସେ ଭୋପାଳ ଏବଂ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଓ ପରୀକ୍ଷାଗାର ଭବନକୁ ଉଦ୍‌ଘାଟନ କରିଛନ୍ତି।

ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ଵ ଡାଲି ଦିବସ ପାଳନ ସମାରୋହରେ ତୋମାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ଆତ୍ମନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା’ ଶୀର୍ଷକ ଏକ ୩ ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ୭୦୦ରୁ ଅଧିକ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର ଆଲୋଚନା କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ତୋମାର କହିଥିଲେ। ଯେ ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫/୬ ବର୍ଷ ମଧ୍ୟରେ ଆମ କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ,ବଂ କେନ୍ଦ୍ର ସରକାରଙ୍କ କୃଷି ଅନୁକୂଳ ନୀତି ଯୋଗୁ ଦେଶରେ ଡାଲି ଉତ୍ପାଦନ ୧୪୦ ଲକ୍ଷ ଟନରୁ ୨୪୦ ଲକ୍ଷ ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ହେବ।

ତୋମାର ଆହୁରି କହିଥିଲେ ​ଯେ, ଏକ ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ୩୨୦ ଲକ୍ଷ ଟନ ଆବଶ୍ୟକତା ଦେଖାଦେବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଡାଲି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି, ଯାହାଫଳରେ ଦେଶ ୧୪ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛି।

ଲୋକମାନଙ୍କର ସ୍ବାସ୍ଥ୍ୟ ଉପରେ ଡାଲିର ଉତ୍ତମ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ବିଶ୍ଵ ଡାଲି ଦିବସ ପାଳନ କରାଯାଉଛି। ଗତ ୬ ବର୍ଷ ମଧ୍ୟରେ ଡାଲି ଉପରେ ଏମଏସପି ୪୦ରୁ ୭୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଚାଷୀମାନଙ୍କୁ ନିଶ୍ଚିତ ଭାବେ ଲାଭବାନ କରିବ। କୁପୋଷଣ ଦୂର କରିବାକୁ ହେଲେ ଡାଲି ଉତ୍ପାଦନ କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories